fbpx
BSKY SKY
BSKY SKY

ଗ୍ୟାସ ଲିକ ହେବାରୁ ୩୦ ମହିଳା କର୍ମଚାରୀ ହେଲେ ଅସୁସ୍ଥ

BSKY

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଏକ ଗ୍ୟାସ କମ୍ପାନୀରେ ଗ୍ୟାସ ଲିକ ହେବାର ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଏହି କମ୍ପାନୀର ୩୦ଜଣ ମହିଳା କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠା ଯାଇଛି । ଅଚୁତାପୁରମର ପୋରସ ଲେବୋରେଟ୍ରିଜ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଏମିତି ଏକ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି ।

ଏସପି ଗୌତମୀ ସଲୀ ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ କି ଗ୍ୟାସ ଲିକ ହେବା କାରଣରୁ ୩୦ଜଣ ମହିଳା କର୍ମଚାରୀ ଅସୁସ୍ଥ ହୋଇଥିଲେ ଏବଂ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି ।

ସୂଚନାଥାଉ କି ବିଶାଖାପାଟଣାରେ ଗୋଟିଏ ମାସ ମଧ୍ୟରେ ଗ୍ୟାସ ଲିକରେ ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ମେ ମାସର ପ୍ରଥମ ସପ୍ତାହରେ ମଧ୍ୟ ଏକ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ପାଖାପାଖି ୧୧ଜଣ ଲୋକ ପ୍ରାଣ ହରାଇଥଲେ । ଏହି ଗ୍ୟାସ ଲିକ ଘଟଣାରେ ପାଖାପାଖି ୫୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବାର ସୂଚନା ମିଳିଥିଲା ।

Get real time updates directly on you device, subscribe now.