fbpx
BSKY SKY
BSKY SKY

୩୦୦ ସ୍କୁଲ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

BSKY

ଆବୁଜା, ୨୭ା୨: ନାଇଜେରିଆରେ ୩୦୦ ଜଣ ସ୍କୁଲ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଛନ୍ତି । ଏକ ବିଦ୍ୟାଳୟରେ ଏକ ବଡ଼ ବନ୍ଧୁକଧାରୀ ଗ୍ୟାଙ୍ଗ ଚଢ଼ାଉ କରି ଏହି କାଣ୍ଡ ଘଟାଇଛନ୍ତି । ତେବେ ସେନାର ହସ୍ତକ୍ଷେପକୁ ପ୍ରତିରୋଧ କରିବା ପାଇଁ ଅପହରଣକାରୀମାନେ ଚେକ୍ ପଏଣ୍ଟ ଓ ସେନାଛାଉଣି ଉପରେ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଏକ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଅପହରଣକାରୀ ୪୨ ଜଣଙ୍କୁ ଅପହରଣ କରି ନେଇଥିଲେ । ସେହିପରି ୨୦୧୪ ମସହିାରେ ‘ବୋକା ହାରାମ’ ନାମକ ଏକ ଜିହାଦି ସଙ୍ଗଠନ ୨୭୬ ଜଣ ବାଳିକାଙ୍କୁ ଅପହରଣ କରିନେଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ପତ୍ତା ଆଜି ପର୍ଯ୍ୟନ୍ତ ମିଳିନାହିଁ । ନାଇଜେରିଆରେ ଥିବା ୟୁନିସେଫର ପ୍ରତିନିଧି ଏହି ଘଟଣାରେ ଗଭୀର ମର୍ମାହତ ହେବା ସହ ଦୁଃଖପ୍ରକାଶ କରିଛନ୍ତି । ଅପହୃତ ବାଳିକାମାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.