fbpx

ଦୁଇ ମିନିଟରେ ଯୁବକ ଖାଇଦେଲେ ଅଢ଼େଇ କେଜି ଲଙ୍କା

ବେଜିଂ, ୨୭ା୨: ଆଜିକାଲି ଦୁନିଆରେ ସମସ୍ତେ କିଛି ଭିନ୍ନ କରି ଦେଖାଇବାର ପ୍ରୟାସରେ ରହିଥାନ୍ତି । ସେହିପରି ପ୍ରସିଦ୍ଧି ଲାଭ କରିବା ପାଇଁ ବେଜିଂର ଜଣେ ଯୁବକ ମାତ୍ର ଦୁଇ ମିନିଟ ମଧ୍ୟରେ ଅଢ଼େଇ କିଲୋ ଲଙ୍କା ଖାଇ ଦେଇଛନ୍ତି । ରେକର୍ଡ କରିବା ପାଇଁ ଯୁବକଜଣକ ଏପରି କରିଥିବା ଜଣାପଡ଼ିଛି ।

ଏହି ପ୍ରତିଯୋଗିତାରେ ମୋଟ ୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଦୁଇ ମିନିଟରେ ଅଢ଼େଇ କିଲୋ ଲଙ୍କା ଖାଇ ଶେଷ କରିଥିବା ଯୁବକଙ୍କୁ ବିଜେତା ଘୋଷଣା କରାଯାଇଥିଲ । ବିଜୟୀ ଯୁବକଙ୍କୁ ଏକ ସୁବର୍ଣ୍ଣ ଲଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜେତା ଜଣକ ସିଚୁଆନର ଚେଙ୍ଗଡ଼ୁ ସହରର ବାସିନ୍ଦା ଅଟନ୍ତି, ଯେଉଁ ଅଞ୍ଚଳରେ ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାରେ ପାରଙ୍ଗମ ଅଟନ୍ତି । ଏହି ପ୍ରତିଯୋଗିତା ଆରମ୍ଭରେ ପ୍ରତିଯୋଗୀଙ୍କୁ ଲଙ୍କା ପାଣି ମଧ୍ୟରେ ବସାଯିବା ସହ ସେମାନଙ୍କ ଆଗରେ ଲଙ୍କା ପ୍ଲେଟ୍ ରଖାଯାଇଥାଏ ।

Get real time updates directly on you device, subscribe now.