fbpx

Western Coalfields Limited ପକ୍ଷରୁ ବାହାରିଲା ୩୧୬ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ୱେଷ୍ଟର୍ଣ୍ଣ କୋଲ ଫିଲ୍ଡସ ଲିମିଟେଡ୍ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୩୧୬ଟି ପଦବୀ ଖାଲିଥିବା ବେଳେ ପ୍ରାର୍ଥୀମାନେ ଅନଲାଇନ୍ ମୋଡ଼ରେ ଆବେଦନ କରିବାକୁ ପଡ଼ିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଆସନ୍ତା ୭ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୨୨ ତାରିଖ ସନ୍ଧ୍ୟା ୫ଟା ସମୟରେ ସମାପ୍ତ ହେବ । ପ୍ରାର୍ଥୀ ପ୍ରାସଙ୍ଗିକ ଟ୍ରେଡରେ ଡିପ୍ଲୋମା / ଡିଗ୍ରୀ / ବିଇ / ବି.ଟେକ / ଏଏମଆଇଇ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଗ୍ରାଜୁଏଟ ଆପ୍ରେଣ୍ଟାଇସ ପଦବୀ ପାଇଁ ୧୦୧ଟି ପଦବୀ ରହିଥିବା ବେଳେ ଟେକ୍ନିସିଆନ ଆପ୍ରେଣ୍ଟାଇସ ପଦବୀ ପାଇଁ ୨୧୫ଟି ପଦବୀ ରହିଛି ।

ଅନଲାଇନ ଆବେଦନ ଲିଙ୍କ: Available on 07.11.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-WCL-Graduate-and-Technician-Apprentice-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.westerncoal.in/index1.php

Get real time updates directly on you device, subscribe now.