fbpx

ପ୍ରଗତି ଘରୋଇ କଲେଜରେ ୩୨ ପଜିଟିଭ୍

ଭବାନୀପାଟଣା,୨୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଭବାନୀପାଟଣାରେ ପ୍ରଗତି ନାମକ ଏକ ଘରୋଇ କଲେଜରେ ୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୨ କରୋନା ପଜିଟିଭ ଚିହ୍ନଟ ନେଇ କଳାହାଣ୍ଡି ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ପଜିଟିଭ ଚିହ୍ନିତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ । ପଜିଟିଭ ଚିହ୍ନଟ ପରେ ମେଡିକାଲ ଟିମ ଦ୍ଵାରା କଲେଜରେ କୋଭିଡି ଟେଷ୍ଟ ଆରମ୍ଭ ହୋଇଛି ।

ତେବେ ଏହା ପୂର୍ବରୁ ବହୁ ଘରୋଇ କଲେଜ ଓ ସ୍କୁଲରୁ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏହା ସହ ଆଜି ରାଜ୍ୟରେ ପୁଣି ୨୦୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୨ ଓ ସ୍ଥାନୀୟ ଅଞ୍ଚଳରୁ ୮୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ହଜାର ୬୯୧ ରହିଥିବା ବେଳେ ୧୭୩୭ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କଳାହାଣ୍ଡିରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିକ୍ରମରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୧କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.