fbpx

ଦେଶରେ ପୁଣି ବଢ଼ିଲା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା, ଆଜି ୩୨୦୭ ଜଣଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିଆସୁଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୨୦୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨କୁ ବୃଦ୍ଧି ପାଇଛି । ଦିନକରେ ୧ ଲକ୍ଷ ୩୨ ହଜାର ୭୮୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୯୩ ହଜାର ୬୪୫ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୬୧ ଲକ୍ଷ ୭୯ ହଜାର ୮୫ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.