fbpx

ବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୩୩୨୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୩୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୪୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୧ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଓ କଟକରୁ ୨୬୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୧୯, ବଲେଶ୍ୱରରୁ ୧୨୨, ବରଗଡରୁ ୯୪, ଭଦ୍ରକରୁ ୩୬, ବଲାଙ୍ଗିରରୁ ୧୦୩, ଝାରସୁଗୁଡାରୁ ୧୦୭, କେନ୍ଦ୍ରାପଡାରୁ ୧୦୩. କେନ୍ଦୁଝରରୁ ୧୦୧, ମୟୂରଭଞ୍ଜରୁ ୧୩୧, ପୁରୀରୁ ୧୪୦, ସମ୍ବଲପୁରରୁ ୧୦୭, ନୂଆପଡାରୁ ୧୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.