ବ୍ୟାଙ୍କ ଲୋନ୍ ଦେଲାନି ବୋଲି ଚାକିରି ଛାଡ଼ି ବ୍ଲୁ ଫିଲ୍ମ କଲେ ଏହି ପର୍ନ ଷ୍ଟାର

ଆଡଲ୍ଟ ଫିଲ୍ମ ଦେଇଛି ଅଧିକ ସଫଳତା । ଅଧିକ ଆୟ ସାଙ୍ଗକୁ ସ୍ୱପ୍ନ ପୂରା କରିବାକୁ ଆଜି ସକ୍ଷମ ।

ଓଡ଼ିଶା ଭାସ୍କର: ନ୍ୟୁଜିଲାଣ୍ଡର ଓନଲି ଫ୍ୟାନ୍ସ ଅଭିନେତ୍ରୀ ଲେଲା କେଲି ମିଡିଆକୁ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି, କେମିତି ପର୍ନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲେଲି ପ୍ରବେଶ କଲେ ଏବଂ ତାଙ୍କ ଜୀବନରେ ଏହା କେତେ ସଫଳତା ଦେଇଛି ।

ଦେଇଛି ସଫଳତା: ୭ ବର୍ଷ କାଳ ବ୍ୟାଙ୍କରେ କାମ କରିବା ପରେ ତାଙ୍କୁ ଯେଉଁ ସଂଘର୍ଷ ଦେଖିବାକୁ ପଡ଼ିଥିଲା ତାହା ଏବେ ଦୂର ହୋଇଥିବା କହିଛନ୍ତି । ବ୍ୟାଙ୍କରେ ଚାକିରି କରିକି ମଧ୍ୟ ତାଙ୍କୁ ଲୋନ୍ ମିଳି ନ ଥିଲା । ଯାହାପରେ ସେ ତାଙ୍କ ଜୀବନର ଦିଶା ବଦଳାଇବାକୁ ବଡ଼ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ସ୍ୱପ୍ନ କରିଛି ସାକାର: ଅନ୍ୟପକ୍ଷେ ସେ କର୍ପୋରେଟ୍ ଚାକିରିରେ ଛନ୍ଦି ହୋଇ ରହିବାକୁ ଚାହୁଁ ନ ଥିବା କହିଛନ୍ତି । ବ୍ୟାଙ୍କରେ ଚାକିରି କରି କେଲି ୫୬,୩୯,୭୯୦ ଟଙ୍କା ରୋଜଗାର କରୁଥିଲେ ଆଜି କିନ୍ତୁ ସେ ୨,୧୬,୯୧,୫୦୦ ଟଙ୍କା ରୋଜଗାର କରୁଛି ।

ଦିଶା ବଦଳାଇବାର ନିଷ୍ପତ୍ତି: ପର୍ନ ଫିଲ୍ମ କରି ଏବେ ସେ କୋଟିଏ ଟଙ୍କିଆ ଘର କିଣିବାକୁ ସକ୍ଷମ ହୋଇଛନ୍ତି, ଯାହା ବ୍ୟାଙ୍କରେ ଚାକିରି କଲାବେଳେ ତାଙ୍କ ପାଇଁ ସ୍ୱପ୍ନ ଥିଲା । ବ୍ୟାଙ୍କରେ ଚାକିରି କରିବାବେଳେ ସେ ମାଟର୍ନିଟି ଲିଭରେ ଥିଲେ । ଛୁଟି ସରିବା ପରେ ସେ ବ୍ୟାଙ୍କ ନ ଯାଇ ପର୍ନ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ବୋଲି ନିଷ୍ପତ୍ତିନେଲେ ।

ସାହସ ଦେଲା: ଶେଷରେ କେଲି ସେୟା ହିଁ କଲେ । ଆଉ ଏବେ ସେ ନିଜ ଜୀବନକୁ ମନ ଭରି ଉପୋଭାଗ କରୁଛନ୍ତି । ବ୍ୟାଙ୍କରେ ଚାକିରି କରିଥିବାବେଳେ ଘର ପାଇଁ ଲୋନ ଆଣିବାକୁ କେଲି ଏକ ବ୍ୟାଙ୍କର ଦ୍ୱାରସ୍ତ ହୋଇଥିଲେ । କିନ୍ତୁ ବ୍ୟାଙ୍କ ତାଙ୍କୁ ଲୋନ୍ ଦେବାକୁ ମନା କରି ଦେଇଥିଲା । ଯାହାପରେ ଚାକିରି ପ୍ରତି ତାଙ୍କର ଘୃଣା ଯାତ ହୋଇଥିବା ସେ କହିଛନ୍ତି ।