fbpx

ଆସିଗଲା କରୋନାର ତୃତୀୟ ଲହର! ପଜିଟିଭ୍ ଚିହ୍ନଟ ହେଲେ ୩୪୧ ଶିଶୁ

Advertisement

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହର ଭୟଙ୍କର ଭାବେ ତାଣ୍ଡବ ଚଳାଇଥିବା ବେଳେ ଦେଶବାସୀ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ତୃତୀୟ ଲହରରେ ଶିଶୁମାନେ ବେଶିମାତ୍ରାରେ ଆକ୍ରାନ୍ତ ହେବେ ବୋଲି ପୂର୍ବରୁ କୁହାଯାଇଥିଲା। ତୃତୀୟ ଲହରର ଝଲକ ଦେଖିବାକୁ ମିଳିଛି ରାଜସ୍ଥାନରେ ଦୌସାରେ । ଏଠାରେ ୩୪୧ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଥିବା ଜଣାପଡ଼ିଛି ।

ତେବେ ସଂକ୍ରମିତ ହୋଇଥିବା ସମସ୍ତ ଶିଶୁଙ୍କ ବୟସ ୧୮ ବର୍ଷରୁ କମ୍ ବୋଲି ଜଣାପଡ଼ିଛି । ଚଳିତ ମାସ ୧ ତାରିଖରୁ ୨୧ ମଧ୍ୟରେ ମୋଟ ୩୪୧ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ତେବେ ଶିଶୁମାନେ ସଂକ୍ରମିତ ହେବା ପରେ ସମସ୍ତ ଜିଲ୍ଲା ହସ୍ପିଟାଲକୁ ଆଲର୍ଟ କରିଦିଆଯାଇଛି । ତେଣୁ ଏନେଇ ଚିନ୍ତାବ୍ୟକ୍ତ କରିବାର ଆବଶ୍ୟକତା ନାହିଁ ବୋଲି ସ୍ଥାନୀୟ ଜିଲ୍ଲାର ଡିଏମ୍ ସୂଚନା ଦେଇଛନ୍ତି । ତେବେ କରୋନାକୁ ନେଇ ରାଜ୍ୟ ସରକାର ଯୁଦ୍ଧଭିତ୍ତିରେ ପ୍ରୟାସ ଜାରି ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁକୁ ଗାଁ, ଘରକୁ ଘର ବୁଲି ଟେଷ୍ଟ କରୁଛନ୍ତି । ଏହାଛଡ଼ା ପଜିଟିଭ ଚିହ୍ନଟ ରୋଗୀଙ୍କୁ ଚିକିତ୍ସା କରାଯିବା ସହ ଘରକୁ ଘର ସର୍ଭେ ଅଭିଯାନ ଆରମ୍ଭ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.