ନାଗପୁର: ମହାରାଷ୍ଟ୍ର ପୋଲିସ ନାଗପୁରର ଜଣେ ୩୫ ବର୍ଷୀୟ ଲେଖକଙ୍କୁ ଗିରଫ କରିଛି । ଲେଖକଙ୍କ ବିରୋଧରେ ଅଭିଯୋଗ କି, ସେ ଏୟାରଲାଇନ୍ସ କମ୍ପାନୀକୁ ମିଛ ବୋମା ଧମକ ଦେଇ ଭୟଭୀତ କରିଛନ୍ତି । ଏହି ଲେଖକଙ୍କ ନାଁ ଜଗଦୀଶ ଉଇକେ । ଜଗଦୀଶଙ୍କ ବିରୋଧରେ ଅଭିଯୋଗ କି, ସେ ଏୟାରଲାଇନ୍ସ, ପିଏମଓ ଓ ଶୀର୍ଷ ସରକାରୀ ଅଧିକାରୀଙ୍କୁ କଲ ବା ଇମେଲ ଜରିଆରେ ୧୦୦ରୁ ଅଧିକ ବୋମା ଧମକ ଦେଇଛନ୍ତି । ତାଙ୍କ ନାଁରେ ଆଗରୁ ମଧ୍ୟ ସମାନ ଅଭିଯୋଗ ରହିଛି ଓ ସେ ଗିରଫ ମଧ୍ୟ ହୋଇଥିଲେ ।
ନାଗପୁର ପୋଲିସ ଡିସିପି ଲୋହିତ ମତାନୀ କହିଛନ୍ତି, ଜଗଦୀଶ ଆତଙ୍କବାଦୀଙ୍କ ଉପରେ ଏକ ପୁସ୍ତକ ଲେଖି ପରିଚିତ । ପୋଲିସ ଜଗଦୀଶଙ୍କୁ ଗିରଫ କରିବା ସହ ତାଙ୍କ ଫୋନ ଓ ଲାପଟପ ଜବତ କରିଛି ।ଏସବୁକୁ ସେ ଧମକ ଦେବା ପାଇଁ ବ୍ୟବହାର କରୁଥିବା ଅଭିଯୋଗ ରହିଛି । ପୋଲିସ ମୁତାବକ, ସେ ଆତଙ୍କୀଙ୍କ ସମ୍ପର୍କରେ ନାହାନ୍ତି, କେବଳ ହାଇଲାଇଟ ହେବାକୁ ଏମିତି କରି ଥାଇପାରନ୍ତି ।
ଜାନୁଆରୀରୁ ଜଗଦୀଶ ଇମେଲ କରି ବିଭିନ୍ନ ସଂସ୍ଥାରେ ବମ ଲାଗିଥିବା ମିଛ ସୂଚନା ଦେଉଥିଲେ । ୨୫ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ସେ ୩୦ ସଂସ୍ଥାଙ୍କୁ ବୋମା ଧମକ ଦେଇଛନ୍ତି । ତାଙ୍କ ଇମେଲରେ ରାଜନୈତିକ ନେତା, ସରକାରୀ ଅଧିକାରୀ, ରେଳମନନ୍ତରୀ ଅଶ୍ୱିନୀ ବୈଷ୍ଣବ ଓ ମହାରାଷ୍ଟ୍ର ଉପମୁଖ୍ୟମନନ୍ତରୀ ଦେବେନ୍ଦ୍ର ଫଡନାବିସଙ୍କୁ ମଧ୍ୟ ଧମକ ଦେଇସାରିଛନ୍ତି । ଜଗଦୀପଙ୍କ ଆଇପି ଆଡ୍ରେସରୁ ପୋଲିସ ତାଙ୍କୁ ଠାବ କରିଛି ।