fbpx

AAI ପକ୍ଷରୁ ବାହାରିଲା ୩୬୪ଟି ପଦବୀ: ଜୁନିୟର ଆସିଷ୍ଟାଣ୍ଟ, ଜୁନିୟର କାର୍ଯ୍ୟନିର୍ବାହୀ ପୋଷ୍ଟରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୩୬୪ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଏକଜିକ୍ୟୁଟିଭ, ମ୍ୟାନେଜର, ଜୁନିୟର ଆସିଷ୍ଟାଣ୍ଟ ଓ ଅନ୍ୟ ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୨୨ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୧ ତାରିଖରେ ସମାପ୍ତ ହେବ । ପରୀକ୍ଷା ତାରିଖ ପରେ ଘୋଷଣା ହେବ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ଯୋଗ୍ୟତା ସିନିୟର ଆସିଷ୍ଟାଣ୍ଟ ପାଇଁ ୩୦ ବର୍ଷ, ଜୁନିୟର କାର୍ଯ୍ୟନିର୍ବାହୀ ପାଇଁ ୨୭ ବର୍ଷ ଓ ମ୍ୟାନେଜର ପାଇଁ ୩୨ ବର୍ଷ ରହିବ । ୨୦୨୩ ମସିହା ଜାନୁଆରୀ ୨୧ ତାରିଖ ସୁଦ୍ଧା ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 22.12.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-AAI-Junior-Executive-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aai.aero/

Get real time updates directly on you device, subscribe now.