ଭୁବନେଶ୍ୱର, ୧୩ ।୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୬ ଓ ସ୍ଥାନୀୟ ଅଞ୍ଚଳରୁ ୨୭୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୬୦୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୧୬ ହଜାର ୨୪୦କୁ ବୃଦ୍ଧି ପାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 13th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/hJlsrzOnfq— BMC (@bmcbbsr) September 13, 2020
ୟୁନିଟ-୯ ଅଞ୍ଚଳରୁ ୧୩, ନୟାପଲ୍ଲୀରୁ ୧୨, ଖଣ୍ଡଗିରି ଅଞ୍ଚଳରୁ ୧୧, ୟୁନିଟ-୬ ଅଞ୍ଚଳରୁ ୯ ଓ ନୟାପଲ୍ଲୀରୁ ୯ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି ଅଞ୍ଚଳରୁ ୧୧, ସାମନ୍ତରାପୁର ଅଞ୍ଚଳରୁ ୯, ୟୁନିଟ-୬ରୁ ୯, ୬ ଜଣ ପୁଲିସ କର୍ମଚାରୀ, ସିଆରପିଏଫ୍ କ୍ୟାମ୍ପସରୁ ୬, ଶୈଳଶ୍ରୀବିହାରରୁ ୫, ଟଙ୍କପାଣି ରୋଡରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ ୧୬,୨୪୦ ପଜିଟିଭ ମଧ୍ୟରୁ ୬୨ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧୧,୪୩୦ ଜଣ ସୁସ୍ଥ ଓ ୪,୭୩୫ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।