fbpx
BJD
BJD SKY
BJD SKY

ଶ୍ରୀମନ୍ଦିରରେ ପଶି ୪ ANM ନିଲମ୍ବିତ

ପୁରୀ,୨୯ ।୧୨(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ପ୍ରବେଶ ଅଭିଯୋଗରେ ୪ ANM ନିଲମ୍ବିତ ହୋଇଛନ୍ତି । ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କର ସେମାନେ ଥର୍ମାଲ ଚେକିଂ କରୁଥିଲେ । କିନ୍ତୁ ସେହି ୪ ଜଣ ଏଏନଏମଙ୍କୁ ପ୍ରବେଶ ଅନୁମତି ନଥିବା ବେଳେ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଘଟଣା ଜଣାପଡିବା ପରେ ସମସ୍ତ ୪ ଜଣ ଏଏନଏମଙ୍କୁ ସସପେଣ୍ଡ କରିଛନ୍ତି ସିଡିପିଓ ।

ତେବେ ଆଜିଠାରୁ ଭଡାଟିଆ ଓ କର୍ମଜୀବୀଙ୍କୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅନୁମତି ମିଳିବ । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତିି ।

Get real time updates directly on you device, subscribe now.