ଷ୍ଟାଡିୟମ ବାହାରେ ଦଳାଚକଟା: RCB ମାର୍କେଟିଂ ହେଡଙ୍କ ସମେତ ୪ ଜଣ ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଷ୍ଟାଡିୟମ ବାହାରେ ଦଳାଚକାଟା ଘଟଣାକୁ ନେଇ ଆସିଛି ବଡ଼ ଅପଡେଟ୍ । ଘଟଣାକୁ ନେଇ ୪ ଜଣଙ୍କୁ ପୋଲିସ ଗିରଫ କରିଛି ।

ଆରସିବି ମାର୍କେଟିଂ ହେଡ୍ ନିଖିଲ ସୋସଲେଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ଯୋଗ୍ୟ ଗିରଫ ଡରରେ ନିଖିଲ ମୁମ୍ବାଇ ଫେରାର୍ ହେବାକୁ ବସିଥିଲେ ।

କିନ୍ତୁ ସମୟ ପୂର୍ବରୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ୪ ଜଣଙ୍କୁ ଗିରଫ କରିଛି । ୧୮ ବର୍ଷ ପରେ ଆରସିବି ଆଇପିଏଲ୍ ଟ୍ରଫି ଜିତିବା ନେଇ ଫ୍ରାନ୍ସ ବେଶ୍ ଉତ୍ସାହିତ ଥିଲେ ।

ବିଜୟ ନେଇ କରାଯିବାକୁ ଥିବା ପରେଡ୍ରେ ୨ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । ଯାହାଫଳରେ ଚେନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ପରିସ୍ଥିତି ଉପୁଜିଥିଲେ ।
କଏକାଳୀନ ୧୧ ଜଣ ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।