fbpx

ରାତାରାତି ୪ ଭିକାରି ହେଲେ ଲକ୍ଷପତି, ଜାଣନ୍ତୁ କିପରି?

କାହା ଭାଗ୍ୟରେ କେତେବେଳେ ଧନପ୍ରାପ୍ତିର ଯୋଗ ରହିଛି, ତାହା କେହି କହିପାରିବେ ନାହିଁ । ସେହିପରି ଫ୍ରାନ୍ସର ଲଟେରି ସଂଚାଳକ ଏଫ୍ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି । ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର ୟୁରୋ ଅର୍ଥାତ୍ ୪୩ ଲକ୍ଷରୁ ଅଧିକ ଜ୍ୟାକ୍ପଟ ଲଟେରି ଲାଗିଛି ।

ସୂଚନା ମୁତାବକ, ୩୦ ବର୍ଷୀୟ ୪ ଜଣ ଭିକାରି ୱେଷ୍ଟର୍ନ ପୋର୍ଟ ସିଟିର ଏକ ଲଟେରି ଶପ୍ ଆଗରେ ଭିକ ମାଗୁଥିଲେ । ଜଣେ ବ୍ୟକ୍ତି ଏକ ୟୁରୋ ଟିକେଟ ନେଇଥିଲେ । କିନ୍ତ ବ୍ୟକ୍ତିଜଣକ ଅଜାଣତରେ ତାକୁ ଭିକରେ ଭିକାରିଙ୍କୁ ଦେଇଥିଲେ । ଯେତେବେଳେ ଅପରେଟର କହିଲେ ୫ ୟୁରୋ ନୁହଁ ବରଂ ୫୦ ହଜାର ୟୁରୋ ଲଟେରି ଜିତିଛନ୍ତି । ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ୪ ଭିକାରି ରାତାରାତି ଲକ୍ଷପତି ହୋଇଗଲେ ।

Get real time updates directly on you device, subscribe now.