fbpx

୪ ଦିନିଆ ରିମାଣ୍ଡରେ ଗଲେ ଅନୀଲ ଦେଶମୁଖ୍‌, ଇଡ଼ି ଉଗାରିବ ମନି ଲଣ୍ଡ୍ରିଂର ଅନେକ ଗୁମର

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବା ବେଳେ ମଙ୍ଗଳବାର କୋର୍ଟରେ ହାଜର କରାଇଥିଲା । ଏହାପରେ କୋର୍ଟଙ୍କ ଅନୁମତି କ୍ରମେ ଅନୀଲ୍‌ଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଇଡ଼ି । ଅର୍ଥାତ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଇଡ଼ି ରିମାଣ୍ଡରେ ରହିବେ ଅନିଲ୍‌ ଦେଶମୁଖ୍‌ । ତାଙ୍କ ବିରୁଦ୍ଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରାଯାଇଥିଲା । ଏ ନେଇ ଠୋସ୍‌ ପ୍ରମାଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇବାପରେ ତାଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି ।

ସୂଚନା ମୁତାବିକ, ମଙ୍ଗଳବାର ଦିନ ମନି ଲଣ୍ଡ୍ରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ୧୨ ଘଣ୍ଟାର ମାରାଥନ୍ ଜେରା ପରେ ବିଳମ୍ବିତ ରାତିରେ ତାଙ୍କୁ ଇଡି ଗିରଫ କରାଯାଇଥିଳା। ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକ ଗିରଫ ହୋଇଥିଲେ । ଆଉ ଏବେ ଖୋଦ୍ ଏହି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି ଦେଶମୁଖ । ବହିସ୍କୃତ ପୋଲିସ୍ ଅଧିକାରୀ ସଚିବ ୱାଜେଙ୍କ ସହ ଦେଶମୁଖଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଛି । ଦେଶମୁଖଙ୍କ ପାଇଁ ୱାଜେ ୪.୭ କୋଟି ଉତ୍କୋଚ ନେବାର ଅଭିଯୋଗ ରହିଛି । ଗତକାଲି କୋର୍ଟରେ ହାଜର କରାଇଥିଲା । ଏହାପରେ କୋର୍ଟଙ୍କ ଅନୁମତି କ୍ରମେ ଅନୀଲ୍‌ଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଇଡ଼ି ।

Get real time updates directly on you device, subscribe now.