fbpx

କୋଲାବ ଜଳଭଣ୍ଡାରର ଡ଼ଙ୍ଗା ବୁଡି ୪ ମୃତ, ୪ ପହଁରୀ ଜୀବନ ବଞ୍ଚାଇଲେ

ସେମିଳିଗୁଳି: କୋଲାବ ଜଳଭଣ୍ଡାରର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ ସେମିଲିଗୁଡା ବ୍ଲକ ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ ଡ଼ଙ୍ଗାବୁଡି ଯାଇଥିଲା। ଡଙ୍ଗାରେ ମୋଟ ୮ ଜଣ ଥିବା ବେଳେ ୪ ଜଣ ଆରପାରିକୁ ପହଁରୀ ଜୀବନ ବଞ୍ଚାଇଥିଲେ। ତେବେ ଅନ୍ୟ ୪ ଜଣ ଏବେ ବି ନିଖୋଜ ହୋଇଯାଇଥିଲେ। ଏବେ ସେମାନଙ୍କର ମୃତ୍ୟ ଖବର ଆସିଛି। ମୃତ ୪ ଜଣଙ୍କ ମଧ୍ୟରେ ୩ ଜଣ ଯୁବତୀ ଥିବା ସୂଚନା ମିଳିଛି।

ସୂଚନା ପାଇ ଅଗ୍ନିଶମ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ଆଠ ଜଣଙ୍କ ମଧ୍ୟରୁ କେବଳ ଚାରିଜଣଙ୍କୁ ଉଦ୍ଧାର କରାଯାଇ ପାରିଥିଲା। ତେବେ ସାବିତ୍ରୀ କୃଷ୍ଣାନି, ରାମ କୃଷ୍ଣାନି ଏବଂ ମୁଖିବାଇଡେ ଗାଁର ବାବିତା ହେଣ୍ଟାଲ ନାମକ ତିନିଜଣ ଯୁବତୀଙ୍କର ମୃତ୍ୟ ଘଟିଛି।

Get real time updates directly on you device, subscribe now.