fbpx

ବନ୍ଦ କୋଠରି ଘରୁ ୪ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର, ୧୧ା୧(ଓଡ଼ିଶା ଭାସ୍କର): ଗୋଟିଏ ଘରୁ ଏକ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ଆଇଟି କଲୋନୀରେ । ମୃତକ ଜଣ ହେଲେ କାଂଶବାହାଲ ଗୋଆଲପଡ଼ାର ରଞ୍ଜିତ ପ୍ରସାଦ (୨୮), ତାଙ୍କ ପତ୍ନୀ କଳ୍ପନା ଓ ତାଙ୍କର ପୁଅ/ଝିଅ । ଗୁରୁବାରଠାରୁ ତାଙ୍କର ଘରର କବାଟ ଖୋଲାଯାଇନଥିବା ପଡ଼ୋଶୀମାନେ କହିଛନ୍ତି । ତେବେ ଆଜି ଉକ୍ତ ଘର ଭିତରପଟୁ ବନ୍ଦ ଥିବାବେଳେ ପଚା ଦୁର୍ଗନ୍ଧ ବାହାରୁଥିଲା । ଏହି ଦୁର୍ଗନ୍ଧରେ ଅତିଷ୍ଠ ହୋଇ ନାନା ସନ୍ଦେହରେ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ପଚରାଉଚୁରା କରିବା ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଘରର କବାଟ ଭାଙ୍ଗିଥିôଲେ । ଏହାପରେ ସେମାନଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା । ଉଦ୍ଧାର ସମୟରେ ମୃତଦେହ ନିକଟରୁ ଏକ ଅଧା କ୍ଷୀର ପ୍ୟାକେଟ ମିଳିଥିବା ପୋଲିସ ସୂଚନା ଦେଇଛି । ତେବେ ବିଷ ପିଇ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ରଂଜିତ ତାଙ୍କ ସପରିବାର ସହିତ ୪ମାସ ଧରି ଭଡ଼ା ଆକାରରେ ରହିଆସୁଥିଲେ । ରଂଜିତ ସ୍ଥାନୀୟ ଡାଲମିଆ ରିଫେକଟରୀରେ ମେକାନିକାଲ ବିଭାଗରେ କାର୍ଯ୍ୟରତ ଥିଲେ । ପଡ଼ିଶା ଘର ଲୋକେ ଗୁରୁବାର ସକାଳେ ଶେଷ ଥର ପାଇଁ ରଂଜିତ ଓ ତାଙ୍କ ପରିବାର ଲୋକଙ୍କୁ ଦେଖିଥିଲେ । ହେଲେ ଏହାପରେ ତାଙ୍କ ପରିବାରର କାହାକୁ ଦେଖିନଥିବା ପୋଲିସ ସମ୍ମୁଖରେ କହିଥିଲେ । ଘର ବାରଣ୍ଡାରେ ମଧ୍ୟ ତାଙ୍କର ଏକ ସ୍କୁଟି ରହିଛି ।

Get real time updates directly on you device, subscribe now.