fbpx
BSKY SKY
BSKY SKY

କାଠଯୋଡ଼ିରେ ଭାସିଗଲେ ୪ ଯୁବକ

BSKY

କଟକ: କଟକ ତ୍ରିଶୁଳିଆ ନିକଟ କାଠଯୋଡ଼ି ନଦୀରେ ଭାସିଗଲେ ୪ ଯୁବକ । ଭାସିଯାଉଥିବାବେଳେ ବୁଦାରେ ଲାଗିଥିବା ୨ ଯୁବକଙ୍କୁ ସୂରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଅନ୍ୟ ୨ ଯୁବକଙ୍କ ମଧ୍ୟରୁ ଜଣେ ମୃତ ଅନ୍ୟ ଜଣେ ଏବେ ବି ନିଖୋଜ । ନିଖୋଜ ଯୁବକଙ୍କୁ ଠାବ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ନିଖୋଜ ଓ ଉଦ୍ଧାର ୪ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ।

Get real time updates directly on you device, subscribe now.