fbpx

ପଦକ ବିଜେତାଙ୍କ ପାଇଁ BCCIର ପୁରସ୍କାର; ନୀରଜଙ୍କୁ ମିଳିବ ୧ କୋଟି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡୁ (ବିସିସିଆଇ) । ଚଳିତ ଅଲିମ୍ପିକ୍ସରେ ଭାରତ ରେକର୍ଡ ସଂଖ୍ୟକ ୭ଟି ପଦକ ହାସଲ କରିଛି । ଏହା ମଧ୍ୟରେ ୪ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ରହିଥିବା ବେଳେ ଏକମାତ୍ର ସ୍ୱର୍ଣ୍ଣ ହାସଲ କରିଛନ୍ତି ନୀରଜ ଚୋପ୍ରା ।

ବିସିସିଆଇ ସମ୍ପାଦକ ଜୟ ଶାହା ପଦକ ହାସଲକାରୀଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ନୀରଜ ଚୋପ୍ରାଙ୍କୁ ବିସିସିଆଇ ପକ୍ଷରୁ ୧ କୋଟିର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ମୀରାବାଇ ଚାନୁ ଓ ରବି କୁମାର ଦାହିୟାଙ୍କୁ ୫୦ ଲକ୍ଷର ସହାୟତା ମିଳିବ । ଏହା ବ୍ୟତିତ ବ୍ରୋଞ୍ଜ ପଦକ ବିଜେତା ପି ଭି ସିନ୍ଧୁ, ଲଭଲିନା ବୋର୍ଗୋହେନ୍ ଏବଂ ବଜରଙ୍ଗ ପୁନିଆଙ୍କ ପାଇଁ ୨୫ ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । ଏହା ବ୍ୟତିତ ୪୧ବର୍ଷ ପରେ ଇତିହାସ ରଚିଥିବା ଭାରତୀୟ ହକି ଦଳ ପାଇଁ ୧.୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି ।

Get real time updates directly on you device, subscribe now.