fbpx

Anorexia ରୋଗରେ ଶିକାର ହେଉଛନ୍ତି କି ଆପଣ? ଆପଣାନ୍ତୁ ଘରୋଇ ଟିପ୍ସ

ଭୁବନେଶ୍ୱର: ବେଳେବେଳେ କିଛି ଖାଇବାକୁ ଇଚ୍ଛା ହୋଇନଥାଏ । କିନ୍ତୁ ବାରମ୍ବାର ଖାଇବାକୁ ଇଚ୍ଛା ନହେଲେ , ଏହା ରୋଗ ହୋଇପାରେ ଯାହାକୁ ଆନୋରେକ୍ସିଆ କୁହାଯାଏ । ଏଥିରେ ବ୍ୟକ୍ତିକୁ କମ୍ ଭୋକ ଲାଗିଥାଏ ଓ ଭୋଜନର ସ୍ୱାଦ ଅନୁଭବ ହୋଇନଥାଏ । ଯେଉଁ ଲୋକଆନୋରେକ୍ସିଆ ନର୍ଭୋସା ଦ୍ୱାରା ପ୍ରଭାବିତ, ସେମାନଙ୍କ ମସ୍ତିଷ୍କର ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏଥିସହ ସେହି ଲୋକମାନେ ଅଧିକ ଖାଇବାକୁ ଆଗ୍ରହୀ ହୋଇନଥାନ୍ତିି । ଭୋକ କରିଯିବା, ପେଟ ଜନିତ ସମସ୍ୟା, ପଚନରେ ସମସ୍ୟା, ଅନିୟମିତତା ଜୀବନଶୈଳୀ, ଚାପ କିମ୍ବା କୌଣସି ପୁରୁଣା ରୋଗ କାରଣରୁ ଆନୋରେକ୍ସିଆ ରୋଗ ସୃଷ୍ଟି ହୋଇପାରେ । ଆସନ୍ତୁ ଜାଣିବା ଏହି ରୋଗର କିଛି ଘରୋଇ ଟିପ୍ସ…

ଅଦାର ଫାଇଦା:-
ଅଦାକୁ ଆୟୁର୍ବେଦରେ ସ୍ୱାସ୍ଥ୍ୟର ଔଷଧ ଭାବରେ ବିବେଚନା କରାଯାଏ । ଅଦାର ଅନେକ ଲାଭ ରହିଛିି । ଭୋଜନ ପରେ ଏକ ଚାମଚ ଲେମ୍ବୁ ରସ ଏବଂ ଲୁଣ ସହିତ ମିଶାଇ ଅଦା ଖଣ୍ଡ ଖାଇବା ଦ୍ୱାରା ହଜମ ହେବାରେ ସାହାର୍ଯ୍ୟ ମିଳିଥାଏ । ଏହାକୁ ସବୁବେଳେ କଞ୍ଚା ଖାଇବାକୁ ପରାମର୍ଶ ଦିଆଯାଏ ।

ଗୁଜୁରାତି:-
ଆସ୍ଥମା, ଶ୍ୱାସ ଜନିତ ସମସଞା, ଫୁସଫୁସକୁ ଗଜଭୁତ ଓ ମୁହଁର ଦୁର୍ଗନ୍ଧକୁ ଶେଷ କରିବା ପାଇଁ ଗୁଜୁରାତିକୁ ବ୍ୟବହାର କରାଯାଏ । ଖାଦ୍ୟରେ ଗୁଜୁରାତିକୁ ସାମିଲ କରିବା ଦ୍ୱାରା ଆନୋରେକ୍ସିଆ ରୋଗର ଚିକିତ୍ସାରେ ଲାଭ ମିଳିପାରେ । ଏହାର ଏକ ନିଆରା ସ୍ୱାଦ ରହିଛି, ଯାହା ଖାଦ୍ୟକୁ ଆହୁରି ସ୍ୱାଦିଷ୍ଟ କରିଥାଏ । ଏହା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ଉନ୍ନତି ହେବ ।

ଅଅଁଳା ଏବଂ ଲୁଣ :-
ଆନୋରେକ୍ସିଆ ହେଉଛି ଏକ ମାନସିକ ସମସ୍ୟା । ଏହି ରୋଗ ହେବାର ଶାରୀରିକ ଲକ୍ଷଣ ଦେଖାଯାଏ । ଯେପରିକି ଅନେକ ଥର ଆପଣଙ୍କ ଖାଦ୍ୟରେ ସ୍ୱାଦ ଆସିନଥାଏ । କ୍ଷୁଧା ଲାଗିନଥାଏ । ଓଜନ ବୃଦ୍ଧି କିମ୍ବା ହ୍ରାସ ବନ୍ଦ ହୋଇଯାଏ । ଏହି ପରିସ୍ଥିତିରେ ଆପଣଙ୍କୁ ଏକ ଚାମଚ ଅଅଁଳା ପାଉଡର ଏବଂ ଲୁଣ ଖାଇବାକୁ ପରାମର୍ଶ ଦିଆଯାଇଛି । ଏହା ଆପଣଙ୍କ ସ୍ୱାଦ ହରାଇବା ସମସ୍ୟାକୁ ସମାପ୍ତ କରିପାରେ ।

Get real time updates directly on you device, subscribe now.