fbpx

BWF World Championships 2022: ସାତ୍ଵିକ-ଚିରାଗଙ୍କ ଭାଙ୍ଗିଲା ସ୍ଵର୍ଣ୍ଣ ପଦକ ସ୍ଵପ୍ନ, କାଂସ୍ୟ ପଦକରେ ସନ୍ତୁଷ୍ଟ ଭାରତୀୟ ଯୋଡି

ନୂଆଦିଲ୍ଲୀ: ସାତ୍ଵିକ ସାଇରାଜ ରଙ୍କି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଭାରତୀୟ ଯୁଗଳ ଯୋଡି ଶନିବାର ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୨ର ସେମି ଫାଇନାଲରେ ପରାଜୟ ଭୋଗିଛନ୍ତି। ଏହି ଭାରତୀୟ ଯୋଡିଙ୍କୁ ମାଲେସିଆର ଆରୋନ ଚିୟା ଏବଂ ସୋହ ଭୁଇ ଓ୍ଵିକ ୨୦-୨୨, ୨୧-୧୮, ୨୧୧-୧୬ରେ ହରାଇଛନ୍ତି। ଏଥିସହ ଚିରାଗ-ସାତ୍ଵିକଙ୍କ ସ୍ଵର୍ଣ୍ଣ ପଦକ ସ୍ଵପ୍ନ ଭାଙ୍ଗି ଯାଇଛି। ଏହି ଭାରତୀୟ ଯୋଡିକୁ କାଂସ୍ୟ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। ବିଶ୍ଵ ବ୍ୟାଡମିଣ୍ଟ ଚାମ୍ପିଅନସିପରେ ଏଥର ଭାରତୀୟ ଖେଳାଳି ବହୁତ ନିରାଶ କରିଛନ୍ତି। କେବଳ ସାତ୍ଵିକ-ଚିରାଗଙ୍କ ଯୋଡି ପଦକ ଜିତିବାରେ ସଫଳ ହୋଇଛନ୍ତି। ସାତ୍ଵିକ-ଚିରାଗଙ୍କ ସେମିରେ ପରାଜୟ ସହିତ ବିଶ୍ଵ ଚାମ୍ପିଅନସିପରେ ଭାରତର ଅଭିଯାନ ସମାପ୍ତ ହୋଇଛି।

ସାତ୍ଵିକ ଏବଂ ଚିରାଗ ଯୋଡିଙ୍କ ମାଲେସିଆର ଯୋଡିଙ୍କ ହାତରୁ ଏହା ଲଗାତାର ଷଷ୍ଠ ପରାଜୟ। ଚଳିତ ମାସ ଆରମ୍ଭରେ ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲରେ ମଧ୍ୟ ଏହି ଯୋଡିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ସତ୍ଵେ ଭାରତୀୟ ଯୋଡି ବିଶ୍ଵ ଚାମ୍ପିଅନସିପରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ଏବଂ ଭାରତକୁ ପଦକ ସୁନିଶ୍ଚିତ କରିଛନ୍ତି। ଭାରତ ୨୦୧୧ ପରଠୁ ଏହି ପ୍ରତିଯୋଗିତାରେ ସର୍ବଦା ପଦକ ଜିତି ଆସିଛି। ଏହା ଭାରତର ବିଶ୍ଵ ଚାମ୍ପିଅନସିପରେ ଯୁଗଳ ବର୍ଗରେ ଦ୍ଵିତୀୟ ପଦକ। ଏହା ପୂର୍ବରୁ ଜ୍ଵାଳା ଗୁଟ୍ଟି ଏବଂ ଅଶ୍ଵିନୀ ପୋନପ୍ପାଙ୍କ ଯୋଡି ୨୦୧୧ରେ ମହିଳା ଯୁଗଳ ବର୍ଗରେ କାଂସ୍ୟ ପଦକ ଜିତିଥିଲେ।

Get real time updates directly on you device, subscribe now.