fbpx

ହିନ୍ଦୀ ବନାମ ସାଉଥକୁ ନେଇ ଅନୁପମ ଖେରଙ୍କ ବଡ ବୟାନ: କହିଲେ ଏପରି କିଛି…

ମୁମ୍ବାଇ: ଅଭିନେତା ଅନୁପମ ଖେର ନିଜର ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ଚଳଚିତ୍ର ପାଇଁ କମ୍ ଏବଂ ବିଭିନ୍ନ ପ୍ରସଙ୍ଗରେ ମତାମତ ପାଇଁ ବେଶି ଚର୍ଚ୍ଚାରେ ରହିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ହିନ୍ଦୀ ଏବଂ ସାଉଥ ଚଳଚିତ୍ରକୁ ନେଇ ବକ୍ସ ଅଫିସରେ ହେଉଥିବା ବିତର୍କ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ସେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଅନୁପମ ଖେର ସାଉଥ ମୁଭି କାର୍ତ୍ତିକେୟ-୨ ରେ ନଜର ଆସିଥିଲେ । ଏହି ଚଳଚିତ୍ରଟି ରିଲିଜ ପରଠାରୁ ହିଁ ବକ୍ସ ଅଫିସରେ ଧମାଲ କରିଥିଲା । ଏଥି ସହିତ ଏହା ଅନେକ ଚଳଚିତ୍ର ପଛରେ ପକାଇଦେଇଛି । ତେବେ ଅନୁପମ ଏକ ସାକ୍ଷାତକାରରେ ସାଉଥ୍ ମୁଭିର ସଫଳତା ବିଷୟରେ କହିବା ସହ ଏକଥା ମଧ୍ୟ କହିଛନ୍ତି ଯେ ବଲିଉଡରେ ବର୍ତ୍ତମାନ ଷ୍ଟାର ବିକ୍ରି ହେଉଛନ୍ତି ।

ଅଭିନେତା ଅନୁପମ ଖେର ସାକ୍ଷାତକାରରେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଦୁଇଟି ଚଳଚିତ୍ରରେ ଫରକ କରୁନାହିଁ, କିନ୍ତୁ ମତେ ଲାଗୁଛି ସାଉଥ ମୁଭିରେ ଅନେକ କାହାଣୀ ରହିଛି । ଯାହା ଲୋକମାନଙ୍କୁ କିଛି ଶିକ୍ଷା ଦେଇଥାଏ । ଅନ୍ୟପକ୍ଷେ ହିନ୍ଦୀ ସିନେମାରେ ଆମେ ଷ୍ଟାରମାନଙ୍କୁ ବିକୁଛନ୍ତି । ଏଥିସହିତ ସେ ସାଉଥ୍ ଚଳଚିତ୍ରରୁ ଅନେକ କଥା ଶିଖିଥିବା କହିଛନ୍ତିି । ଏତତ୍ ବ୍ୟତୀତ ସାଉଥ ଲେଖକମାନେ ଲୋକଙ୍କ ପାଇଁ ଚଳଚିତ୍ର ତିଆରି କରିଥାନ୍ତି ।

Get real time updates directly on you device, subscribe now.