fbpx
BJD
BJD SKY
BJD SKY

Video: ପିସି କାରାବାରର ଭିଡିଓ ହେଲା ଭାଇରାଲ , ପଞ୍ଚାୟତ ଅଧିକାରୀ ନିଲମ୍ବିତ

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ପିସି କାରବାର। ପଞ୍ଚାୟତ ନିର୍ବାହୀ ଅଧିକାରୀ ପିସି ମାଗୁଥିବା ନେଇ ଭିଡିଓ ହେଲା ଭାଇରାଲ। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋରାଖୁଣ୍ଟା ପଞ୍ଚାୟତରେ ଠିକାଦାର ନିଜ ପ୍ରାପ୍ୟ ପାଇବା ପାଇଁ ଆସିଥିବା ବେଳେ ତାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ସରକାର ପିସି ମାଗୁଥିବାର ଏକ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ବିଶେଷ କରି ପଞ୍ଚାୟତର ଉନ୍ନୟନ ମୁଳକ କାମ କରୁଥିବା ଏହି ଠିକାଦାର ଜଣଙ୍କ ପଞ୍ଚାୟତ କାର୍ୟ୍ୟଳୟରେ ନିଜର ବିଲ ପାଇଁ ଯାଇଥିଲେ।

ତେବେ ସେଠାରେ ବିଲ ପାସ କରାଇବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସରକାର ସିଧା ସଳଖ ତାଙ୍କୁ ପିସି ମାଗୁଥିବା ନେଇ ଭିଡିଓରେ ସ୍ପଷ୍ଟ ବାରି ହେଉଛି। କେବଳ ଏତିକି ନୁହେ, ଠିକାଦାର ଜଣଙ୍କ ଏଥିରେ ପିସି ଦେବା ପାଇଁ ବାରଣ କରୁଥିବାରୁ ପଞ୍ଚାୟତ ଅଧିକାରୀ ଜଣକ ବିଭିନ୍ନ ଅଧିକାରୀ ଏହି ପିସି ନେବେ, ଏହା କୌଣସି ନୂଆ କଥା ନୁହେ ବୋଲି ମଧ୍ୟ ବଙ୍ଗୀୟ ଭାଷାରେ କହୁଥିବା ପରିଲଖିତ ହେଇଛି । ଅପର ପକ୍ଷରେ ଠିକାଦାର ଜଣଙ୍କ ପୂର୍ବରୁ ଯେଇ ଓ ଅନ୍ୟ କର୍ମଚାରୀଙ୍କୁ ପିସି ଦେଇଛନ୍ତି, ଆଉ ଅଧିକ ପିସି ଦେଲେ କ୍ଷତି ହେବ ବୋଲି କହୁଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଜିଲ୍ଲାରେ ଏଭଳି ଅନେକ ବିଭାଗରେ ପିସି କାରବାର ଜାରି ରହିଥିବା ବେଳେ ସମସ୍ତ ଉନ୍ନୟନ କାର୍ୟ୍ୟ କରୁଥିବା ଠିକାଦାର ନିଜର ପ୍ରାପ୍ୟ ପାଇବା ପାଇଁ ପିସି ଦେଉଥିବା ନେଇ ଚର୍ଚା ଜୋର ଧରିଛି । ଜଣେ ଠିକାଦାର ଯଦି ପିସି ଆକାରରେ ବିପୁଳ ଅର୍ଥ ଦେବ ତେବେ ଉନ୍ନୟନ ମୂଳକ କାର୍ୟ୍ୟର ମାନ କେତେ ଠିକ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏନେଇ ଆମେ ମାଲକାନଗିରି ବିଡିଓ ଅଜୟ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ପଞ୍ଚାୟତ ଅଧିକାରୀଙ୍କୁ ପୁର୍ବରୁ ନିଲମ୍ବିତ କରାଯାଇଥିଲା ଓ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଅଫିସ ଆଟାଚ କରାଯାଇଥିବା ନେଇ ସୁଚନା ଦେଇଛନ୍ତି।

Get real time updates directly on you device, subscribe now.