fbpx
BSKY SKY
BSKY SKY

କେମିତି ହୋଇଥିଲା ଜୟଲଳିତାଙ୍କ ମୃତ୍ୟୁ ? ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଅରୁମୁଘସ୍ଵାମୀ ଆୟୋଗ

BSKY

ଚେନ୍ନାଇ: ଜେ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଅରୁମୁଘସ୍ଵାମୀ ଆୟୋଗ ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ପ୍ରଦାନ କରିଛନ୍ତି। ଏହି ମାମଲାରେ ଆୟାଗ ୫୯୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେର ଅଧ୍ୟକ୍ଷ ରହିଥିବା ଜୟଲଳିତାଙ୍କ ମୃତ୍ୟୁର ପ୍ରକୃତ କାରଣର ସନ୍ଧାନ ପାଇଁ ତଦନ୍ତ ଦାବି ଉଠିଥିଲା। ଏହା ପରେ ଅରୁମୁଘସ୍ଵାମୀ ଆୟୋଗଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା।

ତାମିଲନାଡୁର ପୂର୍ବର ସରକାର ଇକେ ପଲାନୀସାମୀ ସରକାର ବିଚାରପତି ଅରୁମୁଘସ୍ଵାମୀଙ୍କ ଅଧ୍ୟକ୍ଷତାରେ ଜୟଲଳିତାଙ୍କ ରହସ୍ୟମୟ ମୃତ୍ୟୁ ସଂପର୍କିତ ମାମଲାର ଯାଞ୍ଚ ପାଇଁ ଆୟୋଗ ଗଠନ କରିଥିଲେ। ଏହି ଆୟୋଗ ସାମ୍ନାରେ ପନିରସେଲଭମ ମଧ୍ୟ ହାଜର ହୋଇଥିଲେ। ସେ କହିଥିଲେ, ଜୟଲଳିତାଙ୍କୁ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେ ବିଷୟରେ ମୋତେ କିଛି ଜଣା ନାହିଁ। ଚିକିତ୍ସାରେ ତାଙ୍କୁ କଣ ଦିଆଗଲା ମୋ ପାଖରେ କୌଣସି ସୂଚନା ନାହିଁ ବୋଲି ସେଲଭମ ଆୟୋଗ ନିକଟରେ କହିଥିଲେ। ଆପୋଲ ହସ୍ପିଟାଲର କେଉଁ କେଉଁ ଡାକ୍ତରଙ୍କ ଦଳ ତାଙ୍କ ଚିକିତ୍ସା କରୁଥିଲେ ଏହା ବି ମୋତେ ଜଣା ନାହିଁ। ମୋତେ ତ ରାଜ୍ୟର ସ୍ଵାସ୍ଥ୍ୟ ସଚିବଙ୍କଠୁ ସୂଚନା ମିଳିଥିଲା ଯେ, ଜୟଲଳିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପନ୍ନିରସେଲଭମଙ୍କ ନେତୃତ୍ଵରେ ଜୟଲଳିତାଙ୍କ ପାର୍ଟି ଏଆଇଡିଏମକେର ଅନେକ ନେତା ଅଭିଯୋଗ କରିଥିଲେ ଯେ, ଜୟଲଳିତାଙ୍କ ସହିତ ଛାଇ ପରି ରହିଥିବା ତାଙ୍କ ସହଯୋଗୀ ଶଶିକଳା ଏବଂ ତାଙ୍କ ପରିବାରର ସଦସ୍ୟ ଏହି ମାମଲାରେ ବହୁତ କିଛି ଲୁଚାଇ ରଖିଛନ୍ତି। ତେବେ ଏବେ ମଧ୍ୟ ଏହି ସବୁ ଅଭିଯୋଗକୁ ନେଇ କୌଣସି ସତ୍ୟତା ସାମ୍ନାକୁ ଆସିନାହିଁ।

ଜୟଲଳିତାଙ୍କ ମୃତ୍ୟୁର କିଛି ଦିନ ପୂର୍ବେ ଆପୋଲୋ ହସ୍ପିଟାଲ ପକ୍ଷରୁ ବୟାନ ଜାରି କରାଯାଇଥିଲା ଯେ, ଜୟଲଳିତା ସୁସ୍ଥ ହୋଇ ସାରିଛନ୍ତି ଏବଂ ଯେବେ ଚାହିଁବେ ହସ୍ପିଟାଲରୁ ଛୁଟି ନେଇ ପାରିବେ। ତେବେ ଅଚାନକ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିଥିଲା ଏବଂ ପରେ ମୃତ୍ୟୁ ଘଟିଥିଲା। ଉଲ୍ଲେଖନୀୟ ଜୟଲଲିତାଙ୍କ ନିଧନ ୨୦୧୬ ଡିସେମ୍ବର ୫ରେ ରାତ୍ରି ପ୍ରାୟ ୧୧ଟା୩୦ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଘଟିଥିଲା। ପ୍ରାୟ ୭୫ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଜୟଲଳିତାଙ୍କ ପରଲୋକ ଘଟିଥିଲା।

Get real time updates directly on you device, subscribe now.