fbpx

ଅଷ୍ଟ୍ରେଲିଆରେ ବଡ଼ ଧରଣର ଦୁର୍ଘଟଣା, ୩ ମହିଳାଙ୍କ ସମେତ ୪ଜଣ ଭାରତୀୟ ମୃତ

କାନବେରା: ଅଷ୍ଟ୍ରେଲିଆରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ଭାରତକୁ ମଧ୍ୟ କ୍ଷତି ପହଁଚିଛି। ମିଳିଥିବା ସୂଚନା ଅନୁସାରେ, ଭିକ୍ଟୋରିଆ ରାଜ୍ୟର ଏକ ସମୁଦ୍ରରେ ୩ ମହିଳାଙ୍କ ସମେତ ୪ଜଣ ଭାରତୀୟ ବୁଡ଼ି ଯାଇଛନ୍ତି। ବୁଧବାର ଭିକ୍ଟୋରିଆର ଫିଲିପ୍‌ ଦ୍ୱୀପରେ ଏହି ଘଟଣା ଘଟିଛି। ଏନେଇ ସେଠାକାର ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି। କିନ୍ତୁ ଅଧିକାରୀମାନେ ଏପର୍ୟ୍ୟନ୍ତ ମୃତକଙ୍କ ନାମ ପ୍ରକାଶ କରିନାହାନ୍ତି।

ତେବେ କାନବେରାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ଗୁରୁବାର ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତୀୟ ଉଚ୍ଚ ଆୟୋଗ ଲେଖିଛନ୍ତି, ଅଷ୍ଟ୍ରେଲିଆରେ ହୃଦୟ ବିଦାରକ ଦୁଃଖଦ ଘଟଣା। ଭିକ୍ଟୋରିଆର ଫିଲିପ୍‌ ଦ୍ୱୀପରେ ବୁଡ଼ି ୪ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା। ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ମେଲବୋର୍ନ କୋଷ୍ଟଗାର୍ଡ ଅନୁସନ୍ଧାନକାରୀ ଦଳ ମୃତକଙ୍କ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛନ୍ତି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ନିଉହେଭେନ୍‌ ନିକଟରେ ୪ ଜଣ ପାଣିରେ ବୁଡ଼ିଯିବା ଘଟଣା ସାମ୍ନାକୁ ଆସିଥିଲା। ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା। ଏହାକୁ ନେଇ ଲାଇଫ୍‌ ସେଭିଙ୍ଗ ଭିକ୍ଟୋରିଆର ରାଜ୍ୟ କମାଣ୍ଡର କେନ ଟ୍ରେଲୋର କହିଛନ୍ତି, ଫିଲିପ ଦ୍ୱୀପରେ ଥିବା ଜଙ୍ଗଲ ଗୁମ୍ଫାର ସାମୁଦ୍ରିକ ଅଞ୍ଚଳରେ ଅସୁବିଧାରେ ଥିବା ୪ ଜଣଙ୍କୁ ସାହାଯ୍ୟ ପାଇଁ ଲାଇଫ୍‌ ସେଭିଙ୍ଗ ଭିକ୍ଟୋରିଆକୁ ଡକାଯାଇଥିଲା। ସେମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଏଥିରେ ସଫଳ ହୋଇନଥିଲେ। ଏହା ସହ ଟ୍ରେଲୋର କହିଛନ୍ତି, ଏହା ଦୀର୍ଘ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ସବୁଠାରୁ ଭୟଙ୍କର ବୁଡ଼ିଯିବା ଘଟଣା।

Get real time updates directly on you device, subscribe now.