fbpx

ବଜ୍ରପାତ ମୃତକଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଭାସ୍କର: ବରଗଡ ପଦ୍ମପୁରସ୍ଥିତ ଖଲିଆପଲି ଗ୍ରାମଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁଁ ୫ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି । ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ତାହା ସହିତ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କ ସପୂର୍ଣ୍ଣ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ କୁମାର ମାଝୀ ।
ପ୍ରକାଶଥାଉ ଯେ, ରାଜ୍ୟରେ ବର୍ଷା ଲାଗି ରହିଛି । ତାହାସହ ବିପଦ ବି ବଢିଛି । ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ମଧ୍ୟ ଆଗୁଆ ପଦକ୍ଷେପ ନେବା ପାଇଁ କଥା ଦେଇ ସାରିଛନ୍ତି । ଇତିମଧ୍ୟରେ ଏକ ବରଗଡରେ ବଜ୍ରପାତ ଜନିତ ଏଭଳି ଅଘଟଣ ସାମ୍ନାକୁ ଆସିଛି । ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୨ ଜଣ ଗୁରୁତର ମଧ୍ୟ ହୋଇଥିବା ଜଣାପଡିଛି । ମୃତକମାନେ ବର୍ଷା ହେବାରୁ ଏକ ଗଛତଳେ ଆଶ୍ରୟ ନେଇଥିଲେ । ସେହି ସମୟରେ ସେମାନେ ଅକାଳ ମୃତ୍ୟୁର ସାମ୍ନା କରିଛନ୍ତି । ସେମାନଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି ।

Get real time updates directly on you device, subscribe now.