fbpx

୩ୟ ଲହରରେ ଦୈନିକ ୪ ଲକ୍ଷ ସଂକ୍ରମଣ, ଅକ୍ଟୋବରରେ ପିକ୍!

ଭୁବନେଶ୍ୱର, (ଓଡିଶା ଭାସ୍କର):କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ଏହା ସମ୍ପୂର୍ଣ୍ଣ ଶେଷ ହୋଇନି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଡିଏମଇଟି ସୂଚନା ଦେଇ କହିଛନ୍ତି ଯେ, ଯଦି ତୃତୀୟ ଲହର ଆସେ ପିଲାମାନେ ଅଧିକ ପ୍ରଭାବିତ ହେବେ । ସେପ୍ଟେମ୍ବର କି ଅକ୍ଟୋବରରେ ପିକ୍ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତୃତୀୟ ଲହରରେ ଦେଶରେ ଦୈନିକ ୪ ଲକ୍ଷ ସଂକ୍ରମଣ ଛୁଇଁପାରେ । ଯଦି ସେହିପରି ହେଲା, ତେବେ ଓଡ଼ିଶାରେ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ ।’

ଅନ୍ୟପଟେ କରୋନାର ତୃତୀୟ ଲହରକୁ ନେଇ ଏମଏଚଏର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ସତର୍କତା ଜାରି କରିଛି । ଏହା ସହ ପିଏମଓକୁ ରିପୋର୍ଟ ଦେଇଛି ବିଶେଷଜ୍ଞ କମିଟି । କମିଟି କହିବା ମୁତାବକ, ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ଏଥିରେ ମୁଖ୍ୟତଃ ଶିଶୁ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭେଣ୍ଟିଲେଟର, ଆମ୍ବୁଲାନ୍ସ ପରି ଉପକରଣ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ରାଧିକାର ଭିତ୍ତିରେ ଶିଶୁଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.