fbpx

ହୃଦୟବିଦାରକ, ଚାରିମାସର ଶିଶୁକୁ ଛାତ ଉପରୁ ତଳକୁ ଫିଙ୍ଗିଦେଲା ମାଙ୍କଡ଼, ଚାଲିଗଲା ଜୀବନ

ଲକ୍ଷ୍ନୌ: ଅନେକ ସମୟରେ ମାଙ୍କଡ଼ମାନଙ୍କ ଉତ୍ପାତ ଦେଖିବାକୁ ମିଳିଛି । କେତେବେଳେ କାହାଠାରୁ ଜିନିଷ ଛଡ଼ାଇନେବା ତ’ ପୁଣି କେତେବେଳେ କାହାକୁ କାମୁଡ଼ି ଆହତ କରିବା । କିନ୍ତୁ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ଶୁଣିଲେ ଆପଣଙ୍କୁ ନିଶ୍ଚୟ ଦୁଃଖ କରିବେ । କାରଣ ଏକ ମାଙ୍କଡ଼ ଚାରିମାସର ନିରୀହ ଶିଶୁକୁ ତିନି ମହଲା ଛାତ ଉପରୁ ଫିଙ୍ଗିଦେବାରୁ ମୃତ୍ୟୁ ହୋଇଛି ।

ସୂଚନା ଅନୂଯାୟୀ, ବରେଲୀର ଡୁଙ୍କା ଗ୍ରାମର ନିର୍ଦ୍ଦେଷ ଉପାଧ୍ୟାୟ ଏବଂ ତାଙ୍କ ପତ୍ନୀ ଛାତ ଉପରେ ବସି କଥା ହେଉଥିଲେ ସାଙ୍ଗରେ ତାଙ୍କ ଚାରିମାସର ଶିଶୁ ମଧ୍ୟ ଥିଲା । କିନ୍ତୁ ହଠାତ୍ ଏକ ମାଙ୍କଡ଼ ଦଳ ସେଠାରେ ପହଞ୍ଚିଥିଲେ । ଦମ୍ପତ୍ତି ମାଙ୍କଡ଼ଙ୍କୁ ସେଠାରେ ତଡ଼ିବାକୁ ଚେଷ୍ଟା କରିଥିଲେ କିନ୍ତୁ ମାଙ୍କଡ଼ମାନେ ତାଙ୍କୁ ଘେରିନେଇଥିଲା ।

ଆଉ ଯେତେବେଳେ ସେମାନେ ସେଠାରୁ ଯିବା ପାଇଁ ଚେଷ୍ଟା କରିଥିଲେ ପିଲାଟି ତାଙ୍କ ହାତରୁ ଖସିଯାଇଥିଲା, ତେବେ ନିର୍ଦ୍ଦେଶ ପିଲାକୁ ଉଠାଇବା ପୂର୍ବରୁ ଏକ ମାଙ୍କଡ଼ ଶିଶୁଟିକୁ ଉଠାଇନେଇଥିଲା । ଆଉ ତଳକୁ ଫିଙ୍ଗିଦେଇଥିଲା । ଘଟଣାସ୍ଥଳରେ ହିଁ ଉକ୍ତ ନବଜାତକର ମୃତ୍ୟୁ ହୋଇଯାଇଥିଲା ।

ବରେଲୀର ମୁଖ୍ୟ ବନ୍ୟ ଅଧିକାରୀ ଲଲିତ ବର୍ମା ଏହି ଘଟଣା ବିଷୟରେ ସୂଚନା ଦେବା ସହ ଏହି ଘଟଣାରେ ଏକ ଟିମ୍ ତଦନ୍ତ କରୁଥିବା ନେଇ କହିଛନ୍ତି ।

Get real time updates directly on you device, subscribe now.