fbpx

ମହିଳାଙ୍କୁ ପସନ୍ଦ ଆସେ ନାହିଁ ପୁରୁଷଙ୍କର ଏଭଳି କିଛି ଅଭ୍ୟାସ, ସଂପର୍କ ମଧୁର କରିବାକୁ ଚାହୁଁଥିଲେ ତୁରନ୍ତ ସୁଧାର ଆଣନ୍ତୁ

ଏଭଳି କିଛି ଅଭ୍ୟାସ ରହିଛି ଯାହା ମହିଳାମାନେ ପସନ୍ଦ କରନ୍ତି ନାହିଁ । ଯଦି ଆପଣଙ୍କର ବିବାହ ହୋଇସାରିଛି ଓ ଆପଣଙ୍କର ଗାର୍ଲଫ୍ରେଣ୍ଡ ଅଛନ୍ତି ତେବେ ଆପଣ ଏହିସବୁ ଦିଗ ଉପରେ ଖାସ୍ ଧ୍ୟାନ ରଖନ୍ତୁ ଯଦ୍ଦ୍ୱାରା ସଂପର୍କ ଭଲ ରହିବ ।
ସଂପର୍କର କଥା ଉଠିଲେ ମହିଳାମାନେ ନିଜ ପାର୍ଟନରଙ୍କ ଠାରେ କିଛି ସ୍ୱତନ୍ତ୍ର କଥା ନୋଟିସ୍ କରିଥାନ୍ତି ଯେପରିକି ନିଜ ପୁରୁଷ ବନ୍ଧୁଙ୍କର ଚିନ୍ତାଧାରା କିପରି, ସ୍ୱଭାବ କିପରି, ଅନ୍ୟମାନଙ୍କ ସହ କିପରି ଆଚରଣ ରହିଛି ଇତ୍ୟାଦି । ଏହିସବୁ ଦିଗକୁ ନେଇ ମଧ୍ୟ ଆପଣଙ୍କ ସଂପର୍କ ମଜଭୁତ ହେବ କି ଦୁର୍ବଳ ହେବ ନିର୍ଭର କରିଥାଏ । ବହୁ ସମୟରେ ଆପଣଙ୍କ ଏପରି କିଛି ଅଭ୍ୟାସ ସଂପର୍କରେ ଫାଟ ସୃଷ୍ଟି କରିଥାଏ ତାହାକୁ ତୁରନ୍ତ ବଦଳାଇ ଦେବା ଉଚିତ । ଏହି କ୍ରମରେ ଆସନ୍ତୁ ଜାଣିବା ପୁରୁଷଙ୍କର ୪ ଟି ଏପରି ଅଭ୍ୟାସ ବିଷୟରେ ଯାହା ମହିଳାଙ୍କୁ ଆଦୌ ପସନ୍ଦ ଆସେନି ଏବଂ ଯେଉଁ କାରଣରୁ ଆପଣଙ୍କ ସଂପର୍କ ଦୂର୍ବଳ ହୋଇଯାଇପାରେ । ତେବେ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଏହି ପ୍ରାଥମିକତା ପ୍ରତି ବ୍ୟକ୍ତିିି ଲାଗି ଅଲଗା ଅଲଗା ହୋଇପାରେ ।
ଇମୋସନାଲି ସମର୍ଥନ ନ କରିବା:
ମହିଳାମାନେ ପ୍ରାୟ ସମୟରେ ଚାହାନ୍ତି ସେମାନଙ୍କ ପାର୍ଟନର ତାଙ୍କୁ ଶୁଣୁ, ତାଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁ, ଇମୋସନାଲି ତାଙ୍କୁ ସମର୍ଥନ କରୁ । କିନ୍ତୁ ବହୁ ସମୟରେ ପୁଅମାନେ ଏହିକଥାକୁ ଅଣଦେଖା କରି ସେମାନଙ୍କୁ ବୁଝିବାକୁ ଚେଷ୍ଟା ବି କରନ୍ତି ନାହିଁ । ଯେତେବେଳେ ସେ ଆପଣଙ୍କ ସହ କିଛି ସେୟାର କରିବାକୁ ଚେଷ୍ଟା କରିଥାଏ ସେତେବେଳେ ପୁରୁଷ ଏହା ବୁଝି ନ ଥାଏ । ଏପରି ହେବା ଦ୍ୱାରା ମହିଳାମାନେ ନିରାଶ ହୋଇଯାଆନ୍ତି । ଯଦି ପୁରୁଷ ଲଗାତର ଏପରି କରୁଛି ତେବେ ସଂପର୍କ ଭାଙ୍ଗିଯାଇପାରେ । ତେଣୁ ପୁଅମାନେ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ଓ ମହିଳାଙ୍କୁ ଇମୋସନାଲି ସମର୍ଥନ କରିବା ଉଚିତ ।
ଦାୟିତ୍ୱକୁ ଗମ୍ଭୀରତାର ସହ ନ ନେବା:
ମହିଳାମାନେ ପ୍ରାୟ ସମୟରେ ନିଜ ଘର ଓ ପରିବାରର ଦାୟିତ୍ୱ ନିଜ କାନ୍ଧରେ ନେଇଥାନ୍ତି । କିନ୍ତୁ ଯଦି କେବେ ଘରର କୌଣସିି କାମରେ ନିଜ ପାର୍ଟନରଙ୍କ ଆବଶ୍ୟକତା ରହିଛି ଓ ଏପରି ସ୍ଥିତିରେ ସେ ମହିଳାଙ୍କୁ କିଛି ସାହାଯ୍ୟ ନ କରୁଛି ତେବେ ମହିଳାଙ୍କୁ ଏହି କଥା ଠିକ୍ ଲାଗି ନ ଥାଏ । ଧରନ୍ତୁ ଆପଣ ମାର୍କେଟ ଯାଉଛନ୍ତି ଓ ଆପଣଙ୍କ ପାର୍ଟନର ଆପଣଙ୍କୁ କିଛି ଜିନିଷ ଆଣିବା ପାଇଁ କହିଛନ୍ତି କିନ୍ତୁ ଆପଣ ତାହା ଆଣିବାକୁ ଭୁଲି ଯାଇଛନ୍ତି ତେବେ ଏହା ନିଶ୍ଚିତ ଭାବରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଏ ।
ଅଧିକ ଷ୍ଟ୍ରିକ୍ଟ ହେବା ଠିକ୍ ନୁହେଁ:
ସବୁ ସଂପର୍କ ପ୍ରେମ ଓ ଭଲପାଇବାର ଭିତ୍ତିଭୂମି ଉପରେ ଚାଲିଥାଏ । କିନ୍ତୁ କିଛି ପୁରୁଷ ସଂପର୍କ କ୍ଷେତ୍ରରେ ବହୁତ ଷ୍ଟ୍ରିକ୍ଟ ବା କଠୋର ହୋଇଥାନ୍ତି । ଏହା ସଂପର୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । କିଛି ମହିଳାଙ୍କୁ ଆପଣଙ୍କ ଏପରି ଷ୍ଟ୍ରିକ୍ଟ ହେବା ଆଦୌ ପସନ୍ଦ ଆସେ ନାହିଁ ଫଳରେ ସେମାନେ ଆପଣଙ୍କ ସହ ଇମୋସନାଲି ଆଟାଚ ହୋଇପାରନ୍ତି ନାହିଁ ।
ସବୁ କଥାରେ ଭୁଲ୍ ବାହାର କରିବା:
କେତେକ କ୍ଷେତ୍ରରେ ଦେଖାଯାଏ ପୁରୁଷମାନେ ମହିଳାଙ୍କ ସବୁ ନିଷ୍ପତ୍ତିକୁ ଭୁଲ୍୍ ବୋଲି କହିଥାନ୍ତି । ଆହୁରି ମଧ୍ୟ ସେମାନଙ୍କୁ ଏପରି ଦୃଷ୍ଟିରେ ଦେଖିଥାନ୍ତି ଯେପରି ସେମାନେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ବହୁ ମହିଳାଙ୍କୁ ପୁରୁଷଙ୍କ ଏପରି ବ୍ୟବହାର ଅପମାନଜନକ ଲାଗିଥାଏ । ତେଣୁ ଏପରି ଅଭ୍ୟାସକୁ ବଦଳାଇ ଦିଅନ୍ତୁ ।

Get real time updates directly on you device, subscribe now.