fbpx
BSKY
BJD YOUTH SKY
BJD MS SKY

ଉଡୁଥିବା ବିଶାଳ ଅସରପା: ମରିଯିବା ଭୟରେ ଚୀନର ଏହି ଯୁବତୀ ଛାଡିଲେ ଏକ ଲକ୍ଷ ଟଙ୍କାର ଚାକିରି

ନୂଆଦିଲ୍ଲୀ: ଚୀନର ଜଣେ ଯୁବତୀ ଅସରପା ଭୟରେ ଏକ ଲକ୍ଷ ଟଙ୍କାର ଚାକିରି ଛାଡିବା କଥା ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ଯୁବତୀ କିଛି ସମୟ ପାଇଁ କାମ ନ କରି ଘରେ ବସିଛନ୍ତି । ସୋସିଆଲ ମିଡିଆରେ ଏହି ଯୁବତୀ ଦାବି କରିଛନ୍ତି ଯେ, ସେ ତାଙ୍କ ଜୀବନରେ କେବେ ମଧ୍ୟ ଏପରି ବିଶାଳ ଏବଂ ଉଡୁଥିବା ଅସରପା ଦେଖିନଥିଲେ । ସେ ଏତେ ପରିମାଣରେ ଚିନ୍ତିତ ଏବଂ ଡରି ଯାଇଥିଲେ ଯେ, ଶେଷରେ ତାଙ୍କୁ ବାଧ୍ୟ ହୋଇ ଚାକିରି ଛାଡିବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ଏହି ମହିଳାଙ୍କ ନାମ ଜିୟାଓମିନ, ସେ ୩ବର୍ଷ ହେଲାଣି ଦକ୍ଷିଣ ଚୀନରେ କାମ କରୁଥିଲେ । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ଜିୟାହୋଗଂଶୁଙ୍କ ଅନୁସାରେ, ଏହି ଝିଅ କମ୍ପାନୀରେ ଭିଡିଓ ଏଡିଟର ଓ ଗ୍ରାଫିକ୍ସ ଡିଜାଇନର ଭାବେ କାମ କରୁଥିଲେ । ସେ ଗତ ୩ ବର୍ଷ ମଧ୍ୟରେ ଅସରପା ଦେଖି ନଥିଲେ ।

୧୪ ଜୁଲାଇରେ ସେ ଯୁବତୀ ଜଣକ ଅସରପାକୁ ନିଜ ପାଖରୁ ଦୂରେଇବା ପାଇଁ ଅନେକ ଉପାୟ ଏବଂ ଅନେକ କୀଟନାଶକ ଔଷଧ ବ୍ୟବହାର କରିଥିଲେ । ହେଲେ ତାଙ୍କର ସମସ୍ତ ପ୍ରଚେଷ୍ଟା ବୃଥା ହୋଇଯାଇଥିଲା । ଯୁବତୀ ଜଣକ କହିଛନ୍ତି, ରୁମ ସଫା ରଖିବା ମଧ୍ୟ କାମ ଦେଲାନି । ଦ୍ୱାର ଏବଂ ଝରକା ସିଲ କରିଲେ ମଧ୍ୟ କାମ ଦେଲା ନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଅସପରା ଶବ୍ଦ ଲେଖିବାକୁ ମଧ୍ୟ ଡରୁଛି ।

Get real time updates directly on you device, subscribe now.