fbpx

ଘରେ ରଖିଛନ୍ତି କି ଏହି ୫ଟି ପୁରୁଣା ଜିନିଷ ? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର : ଆମେ ପ୍ରାୟତଃ ଏପରି ଅନେକ ଜିନିଷ ଘରେ ରଖିଥାଉ, ଯାହାକୁ ଆମେ ବ୍ୟବହାର କରୁ ନାହୁଁ । ଏହା ଦ୍ୱରା ଆମ ଜୀବନରେ ଅନେକ ନାକାରାତ୍ମକ ପ୍ରଭାବ ପକାଇଥାଏ । ଯଦି ଆପଣ ଜାଣି ଶୁଶି କିମ୍ବା ଅଜାଣତରେ ଏହି ୫ଟି ଜିନିଷ ଘରେ ରଖିଛନ୍ତି, ତେବେ ଆଜି ହିଁ ଘରୁ ସେଗୁଡ଼ିକୁ ବାହାର କରନ୍ତୁ । ଜ୍ୟୋତିଷ ତଥା ବାସ୍ତୁଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା କେଉଁ ଜିନିଷ ରଖିବା ଦ୍ୱାରା ଅଶୁଭ ହୋଇଥାଏ ।

୧. ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ଘରେ କଳଙ୍କିତ ତାଲା ଅଛି, ତାବା ତୁରନ୍ତ ଘରୁ ବାହାରକୁ କାଢି ଦିଅନ୍ତୁ । ସେଗୁଡ଼ିକ ଘରେ ରହିବା ଦ୍ୱାରା ଆପଣଙ୍କ ଭାଗ୍ୟର ଦ୍ୱାରା ସବୁ ବେଳେ ବନ୍ଦ କରିଦିଏ । ଏହି ଜିନିଷ ଘରେ ରହିଲେ, ତାହା ନାକାରାତ୍ମକ ଶକ୍ତିକୁ ଆକର୍ଷଣ କରିଥାଏ ।

୨. ଯଦି ଆପଣ ଘରେ ଛିଣ୍ଡିଯାଇଥିବା ଜୋତା କିମ୍ବା ଚପଲ ରଖନ୍ତି, ତେବେ ଏହା ମଧ୍ୟ ଘର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଫଳରେ ଗ୍ରହରେ ତ୍ରୃଟି ଥରବା ବ୍ୟକ୍ତିକୁ ପ୍ରଭାବିତ କରେ । ତେଭୁ ଘରେ ଥିବା ଛିଣ୍ଡାଜୋତାକୁ ଘରେ ରଖନ୍ତୁ ନାହିଁ ।

୩. ବାସ୍ତୁ ଅନୁସାରେ, ଘରେ କେବେ ମଧ୍ୟ ଭଙ୍ଗା ବାସନ ରଖନ୍ତୁ ନାହିଁ । ଏହାକୁ ରଖିବା ଦ୍ୱାରା ଘରକୁ ଦାରିଦ୍ରତା ଆସିଥାଏ ।

୪. ଅପଣଙ୍କ ଘରେ କୌଣସି କଳଙ୍କିତ ଜିନିଷ କିମ୍ବା ପୁରୁଣା ଜିନିଷ ଅଛି, ତେବେ ତାହାକୁ ବାହାରକୁ ଫିଙ୍ଗି ଦିଅନ୍ତୁ । କାରଣ ଏଗୁଡ଼ିକ ରହିବା ଦ୍ୱାରା ଘରେ ଦାରିଦ୍ରତା ଆସେ ଏବଂ ଶାନ୍ତିର ବାତାବରଣ ରୁହେ ନାହିଁ ।

୫. ବାସ୍ତୁ ଅନୁସାରେ, ଘରେ କୌଣସି ବନ୍ଦ ଘଣ୍ଟା ରଖିବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଂ ଦୁର୍ଭାଗ୍ୟ ଆଣିପାରେ । ଏହା ସହ ଆପଣଙ୍କର ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.