fbpx
BSKY
BJD MC SKY
BJD YOUTH SKY

ଆଶ୍ଚର୍ଯ୍ୟଜନକ ଘଟଣା: ୬୮ ବର୍ଷୀୟା ମହିଳାଙ୍କ ପେଟରୁ ବାହାରିଲା ବାହାରିଲା ୧୬ କେଜିର ଟ୍ୟୁମର

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ସର୍ଜରୀ ମାଧ୍ୟମରେ ଜୟପୁରର ଜଣେ ୬୮ ବର୍ଷୀୟା ମହିଳାଙ୍କ ପେଟରୁ ଏକ ୧୬ କେଜି ବିଶିଷ୍ଟ ଏକ ଟ୍ୟୁମର ବାହାର କରାଯାଇଛି । ଭଗବାନ ମହାବୀର କ୍ୟାନ୍ସର ହସ୍ପିଟାଲ (ବିଏମସିଏଚ)ର ଡାକ୍ତରମାନେ ଏହି ସର୍ଜରି କରିଥିଲେ ।

ସୂଚନା ମୁତାବକ, ୬ ମାସ ହେଲା ମହିଳାଙ୍କ ପେଟ ଫୁଲିବା ସହିତ ୩-୪ ମାସ ହେଲା ସେ ନିଜ ଅଜାଣତରେ ଟ୍ୟୁମର ସହିତ ବଞ୍ଚୁଥିଲେ । ମାତ୍ର ସେ ଏହି ଟ୍ୟୁମରକୁ ଅଣଦେଖା କରିବା ଫଳରେ ତାହା ବୃଦ୍ଧି ପାଇ ୨୮ ସେମି ହୋଇଯାଇଥିଲା । ଏହାପରେ ସେ ବିକାନରର କିଛି ଡାକ୍ତରଙ୍କ ସହ ପରାମର୍ଶ ଦେଇଥିଲେ ହେଁ ଡକ୍ତର ତା’ର ପ୍ରକୃତ କାରଣ ଜାଣିପାରି ନଥିଲେ । ଏହାପରେ ମହିଳା ଜଣଙ୍କ ଜୟପୁର ସ୍ଥିତ ବିଏମସିଏଚର ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କ ପେଟରେ ଏକ ବଡ଼ ଟ୍ୟୁମର ଥିବା ଜଣାପଡ଼ିଥିଲା ।

ତେବେ ଉକ୍ତ ଟ୍ୟୁମରଟି କିଡନୀ ଓ କିଛି ପ୍ରମୁଖ ରକ୍ତ ଧମନୀ ସହିତ ସଂଲଗ୍ନ ଥିବାରୁ ଉକ୍ତ ସର୍ଜରୀ ଖୁବ୍ ଜଟିଳ ରହିଥିଲା । ଏହି ସର୍ଜରୀକୁ ନେଇ ଅନେକ ଆଶଙ୍କା ରହିଥିଲେ ହେଁ ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଡାକ୍ତର ଶେଷରେ ସଫଳ ହୋଇଥିଲେ । ମହିଳାଙ୍କ ପେଟରୁ ବାହାରିଥିଲା ୧୬ କେଜିର ଏକ ବଡ଼ ଟ୍ୟୁମର । ସବୁଠାରୁ ବଡ଼ କଥା ହେଉଛି ଏତେବଡ଼ ବିପଦ ପରେ ବି ମହିଳାଙ୍କର ଜୀବନ ବଞ୍ଚିପାରିଥିଲା । ଏବେ ସେ ସୁସ୍ଥ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.