ମହିଶୁର୍: ୫ ଟଙ୍କିଆ କଏନ୍ ଢ଼ୋକିଦେଲା ୪ ବର୍ଷର ଶିଶୁ । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ମହିଶୁର୍ ଜିଲ୍ଲାର ହୁନସୁର ଅଞ୍ଚଳରେ ହୋଇଛି । କଏନ୍ ଗିଳିବା ପରେ ତାକୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁର ମୃତ୍ୟୁ ଘଟିଛି । ଏହି ଶିଶୁର ଶ୍ୱାସନଳୀରେ କଏନ୍ ଟି ଅଟକି ଯାଇଥିଲା । ଫଳରେ ତିନି ଦିନ ପରେ ତାର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ବେଲୁନ୍ କିଣିବା ପାଇଁ ତାକୁ ପରିବାର ଲୋକେ ୫ଯଙ୍କିଆ କଏନ୍ ଟିଏ ଦେଇଥିଲେ । ସେ ସେହି କଏନ ସହିତ ଖେଳୁଥିଲା ସେହି ସମୟରେ ଉକ୍ତ କଏନ୍ କୁ ଶିଶୁଟି ଗିଳି ଦେଇଛି । ଏହି ସମ୍ପର୍କରେ ସେ ପରିବାର ଲୋକଙ୍କୁ କିଛି ବି କହିନଥିଲା । କିନ୍ତୁ ଏହାର ଗୋଟିଏ ଦିନ ପରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ତେଣୁ ସେ ପରିବାର ଲୋକଙ୍କୁ ଜଣାଇଥିଲା । ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ହସ୍ପିଟାଲରେ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ତାର ଶ୍ୱାସନଳୀରେ କଏନ୍ ଫସି ରହିଛି । ଏହାପରେ ଡାକ୍ତର ମାନେ ଖୁବ୍ ପରିଶ୍ରମ କରିବା ପରେ ବି ପିଲାଟି ବଞ୍ଚିପାରିନଥିଲା ଓ ତାର ମୃତ୍ୟୁ ହୋଇଗଲା ।