fbpx

ଭାରତୀୟ ଗ୍ୟାସ୍ ପ୍ରାଧିକରଣ ପକ୍ଷରୁ ମିଳୁଛି ନିଯୁକ୍ତି: ମାସକୁ ୪୦ରୁ ୬୦ ହଜାର ପର୍ଯ୍ୟନ୍ତ ଦରମା

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ଗେଲ) ପକ୍ଷରୁ ଅନେକ ପଦବୀ ପାଇଁ ନିଯୁକ୍ତି ବାହାରିଛି । ପ୍ରାର୍ଥୀଙ୍କୁ ସିନିଅର ଓ ଜୁନିଅର ଆସୋସିଏଟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, ଦରମା, ଆବେଦନ ନିୟମ ବିଷୟରେ ସବିଶେଷ ତଥ୍ୟ ଜାଣି ପାରିବେ ।

ମାର୍ଚ୍ଚ ମାସ ୧୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୩ ମସିହା ଏପ୍ରିଲ ମାସ ୧୦ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ୟୁଆର / ଇଡବ୍ଲ୍ୟୁଏସ / ଓବିସି (ଏନସିଏଲ) ବର୍ଗର ପ୍ରାର୍ଥୀମାନେ ୧୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବେ । ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: Available on 10.03.2023

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/03/Notification-Gail-Junior-Senior-Associate-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://gailgas.com/careers/careers-in

Get real time updates directly on you device, subscribe now.