fbpx

ଓଡ଼ିଶାର ଗୋଟିଏ ଶିକ୍ଷାନୁଷ୍ଠାନର ୪୦ରୁ ଅଧିକ ଛାତ୍ରୀ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ବିଶ୍ୱରେ ଧୀରେଧୀରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ମାଡ଼ି ଚାଲିଛି । ପୂର୍ବରୁ ରାଜ୍ୟର ଭିମସାରରୁ ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ବିଦ୍ୟାଳୟରୁ ଏକାଧିକ ଛାତ୍ରଛାତ୍ରୀ ପଜିଟିଭିରେ ଆକ୍ରାନ୍ତ ହୋଇଥିଲେ । ଏଭଳି ସ୍ଥିତିରେ ରାଜ୍ୟର ଆଉ ଗୋଟିଏ ଶିକ୍ଷାନୁଷ୍ଠାନରୁ ୪୦ରୁ ଅଧିକ ଛାତ୍ରୀ ପଜିଟିଭ୍ ହେବା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି ।

ଜଣାପଡ଼ିଛି ଯେ, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୪୦ରୁ ଅଧିକ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶିକ୍ଷାନୁଷ୍ଠାନର ମୋଟ ୮୦ ଜଣ ଛାତ୍ରୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଖବର ପାଇ ବିଦ୍ୟାଳୟରେ ଏକ ଡାକ୍ତରୀ ଦଳ ପହଞ୍ଚିଥିବା ଜଣାପଡ଼ିଛି । ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ନମୂନା ସଂଗ୍ରହ କରାଯାଉଛି । ଆଣ୍ଟିଜେନରେ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ ନେଇ ନମୂନା ସଂଗ୍ରହ କରାଯାଉଛି । ଏଥିସହ କରୋନାରେ ଆକ୍ରାନ୍ତ ହୋଇ ନଥିବା ଛାତ୍ରୀମାନଙ୍କୁ ଅନ୍ୟ ସୁରକ୍ଷିତ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଉଛି ।

Get real time updates directly on you device, subscribe now.