fbpx

୪୦ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ

Advertisement

ମୟୂରଭଞ୍ଜ, ୧୪ା୧୨ (ଓଡିଶା ଭାସ୍କର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ୪୦ରୁ ଅଧିକ ହାତୀ ଉତ୍ପାତ କରୁଥିବା ଦେଖାଦେଇଛି । ହାତୀମାନେ ଜନବସତି ମୁହାଁ ହେବା ସହ ଚାଷଜମି ଓ ଘରବାଡ଼ି ନଷ୍ଟ କରୁଛନ୍ତି ।

ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାରେ ଲାଗିଛନ୍ତି । ହାତୀମାନଙ୍କୁ ସନ୍ଧ୍ୟା ଭିତରେ ଘଉଡ଼ାଇ ଦିଆଯିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ । ହାତୀଙ୍କ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.