fbpx

ବଡ଼ ଖବର! ୫୦ ନୁହେଁ, ଏଥର ଦିନିକିଆ ମ୍ୟାଚରେ ଖେଳାଯିବ ୪୦ ଓଭର? କ’ଣ କହୁଛି ଆଇସିସି ଡ୍ରାଫ୍ଟ

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ । ଦିନିକିଆ ଫର୍ମାଟରେ ଏହି ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏଣିକି ଦିନିକିଆ ମ୍ୟାଚ ୫୦ ଓଭର ବିଶିଷ୍ଟ ନ ହୋଇ ୪୦ ଓଭର ବିଶିଷ୍ଟ ହୋଇପାରେ । ଏହାବ୍ୟତୀତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଏବଂ ଟି-୨୦ କ୍ରିକେଟରେ ମଧ୍ୟ ବଡ଼ ପରିବର୍ତ୍ତନ କରିପାରେ ଆଇସିସି । ଏଥିପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଥିବା ଜଣାଯାଇଛି ।

ରିପୋର୍ଟ ଅନୁସାରେ, ଟେଷ୍ଟ କ୍ରିକେଟକୁ ବଞ୍ଚାଇବା ପାଇଁ ଆଇସିସିର ଏହି ଡ୍ରାଫ୍ଟକୁ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗୁରୁତ୍ୱ ଦେଉ ନଥିବା କୁହାଯାଇଥିଲା । କ୍ରିକେଟର ଏହି ତିନୋଟି ଶକ୍ତିଶାଳୀ ବୋର୍ଡ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ସଭାପତି ମାର୍ଟିନ୍ ସ୍ନେଡେନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟକୁ ଅଣଦେଖା କରିଥିଲେ । ଏହାସହ ଟେଷ୍ଟ କ୍ରିକେଟ୍ ବଞ୍ଚାଇବା ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ୍ (FTP) ରେ ପରିବର୍ତ୍ତନ କରିବାକୁ ସୁପାରିଶ କରିଥିଲେ। ତେବେ କ୍ରିକେଟ ଅଷ୍ଟ୍ରେଲିଆର CEO ନିକ୍ ହକଲେ ଭାରତ ସମେତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ଏହି ଗୁଜବକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, “ମୁଁ ଭାବୁଛି ଭୁଲ ତଥ୍ୟ ଦିଆଯାଇଛି। କ୍ରିକେଟ୍ କ୍ୟାଲେଣ୍ଡରକୁ କିପରି ସୁଦୃଢ କରାଯିବ ଏବଂ କ୍ରିକେଟକୁ ସାରା ବିଶ୍ୱରେ ଆଗକୁ ନେବାକୁ ଆମେ ଦୃଷ୍ଟି ଦେଉଛୁ।”

Cricket Australia has confirmed Nick Hockley as their new Chief Executive  Officer | Sporting News Australia

କ୍ରିକେଟ୍ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟରେ IPL ଭଳି ପରି ଅନ୍ୟ ଟି -୨୦ ଲିଗ୍ ପାଇଁ ଅତିରିକ୍ତ ‘ୱିଣ୍ଡୋ’ ରଖିବା, ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ୍ ସିଷ୍ଟମ୍ ବଦଳାଇବା ସହ ଦିନିକିଆ କ୍ରିକେଟରେ ୪୦ ଓଭର ବିଶିଷ୍ଟ କରିବା ପାଇଁ ଯୋଜନା କରାଯାଉଛି । ସେହିପରି ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ କିଛି ପରିବର୍ତ୍ତନ ହେବା ନେଇ ଆଶଙ୍କା କରାଯାଉଛି । ଖେଳର ସମସ୍ତ ତିନୋଟି ଫର୍ମାଟକୁ ଆଗକୁ ନେବାରେ ଆଇସିସିକୁ ସାହାଯ୍ୟ କରିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରତିବଦ୍ଧ ବୋଲି ହକଲି କହିଛନ୍ତି ।

Get real time updates directly on you device, subscribe now.