ଏହି ରୋଗରେ ପୀଡିତ ୪୦ ପ୍ରତିଶତ ଲୋକଙ୍କଠାରେ ରହୁଛି ଆତ୍ମହତ୍ୟା କରିବାର ପ୍ରବୃତ୍ତି: ରିସର୍ଚ୍ଚରୁ ଆଶ୍ଚର୍ଯ୍ୟକର ଖୁଲାସା
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ସୁସ୍ଥ ଲୋକଙ୍କ ତୁଳନାରେ ଡାଇବେଟିସ୍ ପରି ପୁରୁଣା ରୋଗରେ ପୀଡିତ କିମ୍ବା ନିକଟରେ ବଡ଼ ସର୍ଜରୀ କରିଥିବା ରୋଗୀମାନଙ୍କଠାରେ ଆତ୍ମହତ୍ୟା କରିବାର ୪୦% ସମ୍ଭାବନା ରହିଛି । ଏହି ରିସର୍ଚ୍ଚକୁ ନେଇ ବିଶେଷଜ୍ଞଙ୍କ କହିବାେ ମୁତାବକ, ପୁରୁଣା ରୋଗରେ ପୀଡିତ ବା ବଡ଼ ସର୍ଜରୀ (ଅସ୍ତ୍ରୋପଚାର) ପରେ ସୁସ୍ଥ ହେଉଥିବା ରୋଗୀଙ୍କଠାରେ ଅଚାନକ୍ ମୃତ୍ୟୁର ସମ୍ଭାବିତ ମାନସିକ ରୋଗ ସହିତ ଜଡ଼ିତ ହୁଅନ୍ତି ଓ ଏହିପରି ରୋଗୀମାନେ ମୃତ୍ୟୁ ପୂର୍ବରୁ ସଙ୍କେତ ଦିଅନ୍ତି ।
କେଜିଏମୟୁରେ ମାନସିକ ରୋଗ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ଆଦର୍ଶ ତ୍ରିପାଠୀ କହିଛନ୍ତି, “ଯଦି ଆପଣ ଏହି ସଙ୍କେତଗୁଡ଼ିକୁ ଚିହ୍ନନ୍ତି, ତେବେ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିବ । ସେ କହିଛନ୍ତି, “ଆମ ଓପିଡିକୁ ଆସୁଥିବା ଏଭଳି ରୋଗୀଙ୍କୁ ସେମାନଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ଦ୍ୱାରା ରେଫର୍ କରାଯାଇଥାଏ ଏବଂ ଯେତେବେଳେ ସେମାନେ କୌଣସି ମାନସିକ ସମସ୍ୟା ବୁଝିବାରେ ସକ୍ଷମ ହୁଅନ୍ତି ସେତେବେଳେ ସେମାନଙ୍କ ପରିବାର ସେମାନଙ୍କୁ ଆଣିଥାନ୍ତି । ଏହି ରୋଗୀମାନେ ଆମ ଚାରିପାଖରେ ଏବଂ ଆମ ଘରେ ମଧ୍ୟ ରହିଥାଇପାରନ୍ତି ।”
ଡ. ତ୍ରିପାଠୀ କହିଛନ୍ତି ଯେ, “ପୁରୁଣା ରୋଗ ଜଣେ ବ୍ୟକ୍ତିକୁ ତାଙ୍କ ଭବିଷ୍ୟତ ଜୀବନ ବିଷୟରେ ଭୟଭୀତ କରାଏ । ଉଦାସୀନତାର ମଧ୍ୟ ଜୈବିକ କାରଣ ବି ହୋଇଥାଏ । ଚିକିତ୍ସା ରୂପରେ ଅଧିକ ସର୍କରା ସହିତ ଶରୀର ଏକ ସେଲୁଲାର୍ ଟକ୍ସିନ୍ ମୁକ୍ତ କରିଥାଏ ଏବଂ ଯାହା ପରବର୍ତ୍ତୀ ସମୟରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହିତ ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ବିଷାକ୍ତ ପଦାର୍ଥ ମାନସିକ ରୋଗ ସୃଷ୍ଟି କରେ ।
ସେ କହିଛନ୍ତି ଯେ, ମାନସିକ ବିକୃତି ପ୍ରାୟତଃ ଯନ୍ତ୍ରଣାଦାୟକ ରୋଗ କିମ୍ବା ଏପରି ରୋଗ ସହ ଜଡ଼ିତ ଥାଏ, ଯେଉଁଥିରେ ମୃତ୍ୟୁ ହାରରେ ଅଧିକ ଥାଏ । ଉଦାହରଣ ସ୍ୱରୂପ କର୍କଟ ରୋଗ । ଚିକିତ୍ସା ବିଜ୍ଞାନରେ ଅଗ୍ରଗତି ସତ୍ତେ୍ୱ ଲୋକମାନେ ଭାବନ୍ତି ଏହା ହେଉଛି ଶେଷ । ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ବଞ୍ଚିବାର ହାର ବଢ଼ାଇଥାଏ କିନ୍ତୁ ଅନେକ କ୍ଷେତ୍ରରେ ମେଡିସିନ୍ ଭାବରେ ବ୍ୟବହୃତ ବିଷାକ୍ତ ପଦାର୍ଥ କୋଷ ଉପରେ ପ୍ରଭାବ ପକାଇଥାଏ । ରୋଗୀମାନେ ମଧ୍ୟ ଆମ୍ନେସିଆରେ ପୀଡିତ ହୋଇପାରନ୍ତି ।