fbpx

AAICLAS Recruitment: ୪୦୦ ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)- କାର୍ଗୋ ଲଜିଷ୍ଟିକସ ଆଣ୍ଡ ଆଲାଏଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ (କ୍ଲାସ) ପକ୍ଷରୁ ୪୦୦ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ସେକ୍ୟୁରିଟି ସ୍କ୍ରିନର ପଦରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀମନେ ଆସନ୍ତା ୧୯ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀଙ୍କୁ ୭୫୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି ପ୍ରାର୍ଥୀଙ୍କ ପାଇଁ ଏହି ଦେୟ ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ । ୨୦୨୩ ମସିହା ମାର୍ଚ୍ଚ ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀମାନେ ଯେ କୌଣସି ଡିଗ୍ରୀ ପାସ୍ କରିଥିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://www.aaiclas-ecom.org/Live/index.aspx

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/03/AAI-CLAS-Security-Scanner-Recruitment-2023-Notification-PDF.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aaiclas-ecom.org/Live/index.aspx

Get real time updates directly on you device, subscribe now.