fbpx

ଡ୍ରାଇଭିଂ ସମୟରେ ମୋବାଇଲ୍‍ ବ୍ୟବହାର ଯୋଗୁଁ ଗତବର୍ଷ ରାଜ୍ୟରେ ହୋଇଛି ୪୩୩ଟି ଦୁର୍ଘଟଣା, ୧୬୩ ମୃତ

Advertisement

ଭୁବନେଶ୍ୱର : ପ୍ରତିବର୍ଷ ଦେଶରେ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସେ । ଗାଡ଼ି ଚଳାଇବା ବେଳେ ମୋବାଇଲ୍‍ ବ୍ୟବହାର ଯୋଗୁଁ ଗତବର୍ଷ ରାଜ୍ୟରେ ୪୩୩ଟି ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ପରିବହନ ବିଭାଗ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୬୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଗାଡ଼ି ଚଳାଇବା ବେଳେ ଚାଳକମାନେ ମୋବାଇଲ୍‍ ବ୍ୟବହାର ନ କରିବା ନେଇ ୨୦୧୯ ମସିହାରୁ ନିୟମ କରାଯାଇଛି ।

ନିଶା ଶକ୍ତି ଅବସ୍ଥାରେ ଗାଡି ନଚଳାଇବା ଏବଂ ଗାଡି ଚଳାଉଥିବା ସମୟରେ ମୋବାଇଲ ଫୋନ୍‍ ବ୍ୟବହାର ନକରିବାପାଇଁ ପରିବହନ ବିଭାଗ ଓ ପୁଲିସ୍‍ ଯେତେ ଉଦ୍ୟମ କଲେ ବି ଏହି ସମସ୍ୟା ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ବଢି ବଢି ଚାଲିଛି । ଏଥିଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ସହ ଅନେକ ଧନଜୀବନ ବିପର୍ଯ୍ୟସ୍ତ ହେଉଛି ।

ନିଶାଶକ୍ତ ଗାଡିଚାଳକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଆଇନ୍‍ରେ କଡା ବ୍ୟବସ୍ଥା ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରିବହନ ବିଭାଗ ଓ ପୁଲିସ୍‍ କର୍ତ୍ତୃପକ୍ଷ ନିଶାଶକ୍ତ ଗାଡିଚାଳକମାନଙ୍କୁ ଧରିବାପାଇଁ ଚଢଉ ଅଭିଯାନ ଜାରି ରଖିଛନ୍ତି । କେତେକ କ୍ଷେତ୍ରରେ ଏଭଳି ନିଶାଡିଚାଳକମାନଙ୍କୁ ଗିରଫ କରି ଜେଲ ପଠାଇବା ସହ ସେମାନଙ୍କର ଗାଡି ଜବତ କରାଯାଉଛି ଏବଂ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଉଛି । ତେବେ ଯେତେ ସଂଖ୍ୟକ ଲୋକ ନିଶା ସେବନ କରି ଗାଡି ଚଳାଉଛନ୍ତି ତାହା ତୁଳନାରେ ଧରାପଡୁଥିବା ନିଶାଡିଙ୍କ ସଂଖ୍ୟା ଢେର କମ୍‍ ।

Get real time updates directly on you device, subscribe now.