ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୪୪ ଜଣ BDO ନୂଆ ସ୍ଥାନକୁ ଟ୍ରାନ୍ସଫର ହେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ୪୪ ଜଣ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ରାଜ୍ୟ ସରକାର ବଦଳି କରିବା ସହ ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲିର ବିଡିଓ ରଣଜୀତ କୁମାର ମୋହାନ୍ତଙ୍କୁ କେଉଁଝର ଜିଲ୍ଲା ସାହାରପଡ଼ାକୁ ବଦଳି କରାଯାଇଛି । ସେହିପରି ମୟୂରଭଞ୍ଜର ବାଙ୍ଗିରିପୋଷି ବିଡିଓ ମାନସ କୁମାର ଦଣ୍ଡାପଟଙ୍କୁ କେଉଁଝରର ପାଟନାକୁ ଓ ବାଲେଶ୍ୱରର ଜଳେଶ୍ୱର ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ କେଉଁଝର ସଦରକୁ ବଦଳି କରାଯାଇଛି ।