fbpx

“ମୋ ମୃତ୍ୟୁ ପାଇଁ ପତ୍ନୀ ଓ ଗାର୍ଲଫ୍ରେଣ୍ଡ ଦାୟୀ’ , ଫେସବୁକରେ ପତ୍ର ଲେଖି ନିଜକୁ ଗୁଳି କଲେ ସାମ୍ବାଦିକ

ଜୟପୁର: ରାଜସ୍ଥାନ ଜୟପୁରର ଜଣେ ସାମ୍ବାଦିକ ନିଜକୁ ଗୁଳି କରିି ଆତ୍ମହତ୍ୟା କରିଛନ୍ତି । ୪୫ ବର୍ଷୀୟ ଏହି ଗଣମାଧ୍ୟମ କର୍ମୀ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ନିଜ ମୃତ୍ୟୁର କାରଣ ବି ଲେଖିଛନ୍ତି । ସେ ନିଜ ପତ୍ନୀ ଓ ଗାର୍ଲଫ୍ରେଣ୍ଡଙ୍କୁ ନିଜ ମୃତ୍ୟୁ ଲାଗି ଦାୟୀ କରିଛନ୍ତି ।

ପୋଲିସ କହିଛି ଭରତ ମିଶ୍ରା ନାମକ ଜଣେ ସ୍ଥାନୀୟ ଗଣମାଧ୍ୟମ କର୍ମୀ ଗାର୍ଲଫ୍ରେଣ୍ଡ ବିସନୀ ପରେରାଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତିି । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ମିଶ୍ରାଙ୍କର ପରେରାଙ୍କ ସହିତ ଦ୍ୱିପ୍ରହରରେ ଫୋନ୍ ରେ ପାଟିତୁଣ୍ଡ ହୋଇଥିଲା । ସନ୍ଧ୍ୟାରେ ମିଶ୍ରା ଆତ୍ମହତ୍ୟା କରିଛନ୍ତି ।

ମୃତକ ଏପରି ଏକ ପଦକ୍ଷେପ ନେବା ପୂର୍ବରୁ ଫେସବୁକ୍ରେ ଏକ ଚିଠି ବି ଲେଖିଛନ୍ତି । ସେ ତାଙ୍କ ଜୀବନର ସମସ୍ତ ସମସ୍ୟା ଲାଗି ପତ୍ନୀ ଓ ଗାର୍ଲଫ୍ରେଣ୍ଡଙ୍କୁ ଦୋଷ ଦେଇଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଏହି ଦୁଇଜଣ ମହିଳା ଦାୟୀ ବୋଲି ସେ ଲେଖିଛନ୍ତି ।

Get real time updates directly on you device, subscribe now.