fbpx

ଖୁସି ଖବର, ଓଡିଶାରେ ଖୋଲିବାକୁ ଯାଉଛି ୪୫୦ ନୂଆ ଡାକ ଘର: ମିଳିପାରେ ବଡ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଓଡିଶାବାସୀଙ୍କ ପାଇଁ ଆସୁଛି ନିଯୁକ୍ତିର ଏକ ବଡ ସୁଯୋଗ । ରାଜ୍ୟରେ ୪୫୦ଟି ନୂଆ ଡାକଘର ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ । ଏହାଦ୍ୱାରା ଓଡିଶାବାସୀଙ୍କୁ ନୂଆ ନିଯୁକ୍ତିର ଏକ ବଡ ସୁଯୋଗ ମଧ୍ୟ ମିଳିପାରିବ । ପୂର୍ବରୁ ଓଡିଶାରେ ୮୦୦୦ରୁ ଅଧିକ ଡାକଘର ରହିଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଓଡିଶାରେ ୮୩୨୦ରୁ ଅଧିକ ପୋଷ୍ଟ ଅଫିସ ରହିଛି । କିନ୍ତୁ ସରକାର ଏବେ ଏହି ଡାକଘର ସଂଖ୍ୟାକୁ ଆହୁରି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ଖୁବଶୀଘ୍ର ରାଜ୍ୟରେ ଆଉ ୪୫୦ଟି ନୂଆ ଡାକଘର ଖୋଲାଯିବ । ଯାହାଦ୍ୱାରା ରାଜ୍ୟବାସୀଙ୍କୁ ନିଯୁକ୍ତି ମଧ୍ୟ ମିଳିପାରିବ । ତେବେ ବର୍ତ୍ତମାନ ଭାରତୀୟ ଡାସେବା ତରଫରୁ ଦେଶରେ ମୋଟ ୧,୫୫,୩୩୩ଟି ଡାକଘର ରହିଛି । ତେବେ ଡାକ ସେବାରେ ଚିଠି ଆଦାନ ପ୍ରଦାନ ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସମ୍ପାଦନ କରାଯାଏ । ତେଣୁ ଓଡିଶାବାସୀଙ୍କ ପାଇଁ ନିଯୁକ୍ତିର ମଧ୍ୟ ସୁଯୋଗ ମିଳିପାରେ ।

Get real time updates directly on you device, subscribe now.