fbpx

(Video) ମଟନ୍ ବଦଳରେ ଟ୍ରେନରେ ୪୫୦୦ କେଜି କୁକୁର ମାଂସ ସପ୍ଲାଏ ହେଉଥିଲା କି? ରେଲୱେ ଷ୍ଟେସନରେ ଆରମ୍ଭ ହେଲା ହଙ୍ଗାମା

ନୂଆଦିଲ୍ଲୀ: କର୍ଣ୍ଣାଟକର ଯଶବନ୍ତପୁର ରେଲୱେ ଷ୍ଟେସନରେ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ହଙ୍ଗାମା କରିଛନ୍ତି । ଟ୍ରେନରେ ରାଜସ୍ଥାନରୁ ବେଙ୍ଗାଲୁରୁକୁ ମଟନ୍ ବଦଳରେ ୪୫୦୦ କେଜି କୁକୁର ମାଂସ ସପ୍ଲାଏ ହେଉଥିବା ନେଇ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ସେମାନେ ସନ୍ଦିଗ୍ଧ ମାଂସକୁ ଡବାରେ ଜବତ କରି ରଖିଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚିବା ସହ ଲୋକଙ୍କୁ ଶାନ୍ତ କରାଇଥିଲେ । ବର୍ତ୍ତମାନ ଭାରତୀୟ ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ପ୍ରାଧିକରଣ (ଏଫଏସଏସଏଆଇ) ଏହି ଦାବିକୁ ଯାଞ୍ଚ କରିବ ।

ଖବର ମୁତାବକ, ରାଜସ୍ଥାନରୁ ମାଲବାହୀ ଟେନର ୯୦ଟି ଡବାରେ ୪୫୦୦ କେଜି କୁକୁର ମାଂସ ବେଙ୍ଗାଲୁରୁକୁ ସପ୍ଲାଇ ହେଉଥିଲା । ଏହି ଅବସରରେ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ଟ୍ରେନକୁ ଯଶବନ୍ତପୁର ରେଲୱେ ଷେଟସନରେ ରୋକିବା ସହିତ ମାଂସକୁ ଯାଞ୍ଚ କରିଥିଲେ । ତେବେ ଏହି ଯାଞ୍ଚ ସମୟରେ ସେମାନେ ମଟନ ବଦଳରେ କୁକୁର ମାଂସ ପାଇଥିଲେ ବୋଲି ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି । ମାଂସ ବ୍ୟବସାୟୀମାନେ ଏହାକୁ ମିଥ୍ୟା ବୋଲି କହିବା ସହ ତାହା ବାସ୍ତବରେ ମଟବ ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ମାଂସ ବ୍ୟବସାୟୀ ଓ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.