୧୭ରୁ ପୁଣି ବର୍ଷା… ରାଜ୍ୟ ପାଇଁ ୪୮ ଘଣ୍ଟିଆ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଶୀତ ଲହର ଜାରି ଥିବାବେଳେ ପାରଦ ତଳକୁ ଖୁସିଥିବାରେ ଲାଗିଛି । ସେ ଅନୁସାରେ ଜାଡ଼ ମଧ୍ୟ ବଢ଼ିବାରେ ଲାଗିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୪୮ ଘଣ୍ଟିଆ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହର ଜାରି ରହିବ । ୨୪ ଘଣ୍ଟା ଭିତରେ ଜାଡ଼ ଆହୁରି ବଢ଼ିବାର ଆଶଙ୍କା ରହିଛି । ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଳାହାଣ୍ଡି ଓ କନ୍ଧମାଳରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ।

ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତୀତ ରହିବା ସହ ଶୀତ ବଢ଼ିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବପନର ଦିଗ ପରିବର୍ତ୍ତନକୁ ନେଇ ବଙ୍ଗୋପସାଗରରୁ ଆଦ୍ରବାୟୁ ପ୍ରବାହ ହୋ । ଯେଉଁକାରଣରୁ ପାଗ ମେଘଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବ । ବର୍ଷା ସାଙ୍ଗକୁ ଶୀତ ମଧ୍ୟ ବଢ଼ିବ ।