fbpx

ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୪୯.୨%

ନୂଆଦିଲ୍ଲୀ, ୧୧ା୬: କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬୫୭୯ ରହିଛି । ଗତ ୨୪ଘଣ୍ଟାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ୫୮୨୩ଜଣ । ଦେଶର ୮୩ଜିଲ୍ଲାରେ କରୋନାକୁ ନେଇ ସର୍ଭେ ହୋଇଛି । ସର୍ଭେ ଅନୁଯାୟୀ ଦେଶରେ ତାଲାବନ୍ଦ ଯୋଗୁଁ ସଫଳତା ମିଳିଛି । ବୟସ୍କ ଓ ଶିଶୁମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ଦେଶରେ ସୁସ୍ଥ ହେବା ହାର ୪୯.୨ ପ୍ରତିଶତ ରହିଛି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ଟପି ୮,୧୦୨ରେ ପହଞ୍ଚିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୫୭୯ ରହିଛି । ଏହାସହ ୧,୪୧,୦୨୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୩୭,୪୪୮ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.