fbpx

ବଢିଲା ଆଶା କର୍ମୀଙ୍କ ଦରମା, ଉପକୃତ ହେବେ ୪୯ହଜାର ୫୨୨ ଆଶା କର୍ମୀ

ଭୁବନେଶ୍ୱର: ଆଶାକର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଖୁସି ଖବର । ସମସ୍ତ ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର । ମାସିକ ପାରିଶ୍ରମିକ ୭ ହଜାର ଟଙ୍କାକୁ ବୃଦ୍ଧି ହେଲା । ପୂର୍ବରୁ ଆଶା କର୍ମୀଙ୍କ ଦରମା ୪ ହଜାର ୫୦୦ଟଙ୍କା ଥିଲା । ଏହା ସହିତ ସେବା ନିବୃତ୍ତ ପ୍ରୋତ୍ସାହନ ରାଶି ବି ବୃଦ୍ଧି କଲେ ରାଜ୍ୟ ସରକାର । ଏହାକୁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର ।

ଏହି ପାରିଶ୍ରମିକ ବୃଦ୍ଧି ଦ୍ୱାରା ଉପକୃତ ହେବେ ୪୯ହଜାର ୫୨୨ ଆଶା କର୍ମୀ । ଏଥିପାଇଁ ୨୦୮କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଅନ୍ୟପକ୍ଷରେ ବର୍ଷକୁ ରାଜ୍ୟ ରାଜକୋଷରୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.