fbpx

ବଡ଼ ଖବର: ରାଜ୍ୟରେ ୨୪ ଜିଲ୍ଲାରୁ ଆଉ ୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ୨୪ ଜିଲ୍ଳାରୁ ଆଉ ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ଜଣ କ୍ୱାରେଣ୍ଟିନ ସେଣ୍ଟରର ଓ ୧୪୦ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୨୧୬, ଖୋର୍ଦ୍ଧାରୁ ୫୦, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୧୧, ସୁନ୍ଦରଗଡ଼ରୁ ୩୬, ପୁରୀରୁ ୧୮, ଜଗତସିଂହପୁରରୁ ୧୨, ଅନୁଗୁଳରୁ ୨୪, ବାଲେଶ୍ୱରରୁ ୧୩, କଟକରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ନବରଙ୍ଗପୁରରୁ ୧୧, ଝାରସୁଗୁଡ଼ାରୁ ୮, କନ୍ଧମାଳରୁ ୮, ଗଜପତିରୁ ୭, ସମ୍ବଲପୁରରୁ ୬, କେନ୍ଦୁଝରରୁ ୫, କୋରାପୁଟରୁ ୫, ମାଲକାନଗିରିରୁ ୫, ବରଗଡ଼ରୁ ୨, ସୋନପୁରରୁ ୨,ନୟାଗଡ଼, ଯାଜପୁର, ଢ଼େଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.