୪ର୍ଥ କରୋନା ରୋଗୀଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ୪ର୍ଥ କରୋନା ଆକ୍ରାନ୍ତଙ୍କ ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ଆଜି ଜଣାପଡ଼ିଛି । ୧୮ମାର୍ଚ୍ଚ ରେ ସେ ବିମାନରେ ଦୁବାଇରୁ କୋଲକତା ଆସିଥିଲେ । ସେହିଦିନ କୋଲକାତା ବିମାନବନ୍ଦରରୁ ଟାକ୍ସିରେ ହାୱଡ଼ା ଷ୍ଟେସନ ଯାଇଥିବା ସୂଚନା ମିଳିଛି । ହାୱାଡ଼ା ଷ୍ଟେସନରୁ ଭଦ୍ରକ ଷ୍ଟେସନ ଯାଇ ଟ୍ରେନରେ ଗସ୍ତ କରିଥିଲେ । ପୁଣି ଭଦ୍ରକ ରେଳ ଷ୍ଟେସନରୁ ଅଟୋରେ ଘରକୁ ଯାଇଥିଲେ । ପରେ ୩୦ ତାରିଖ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବା ସହ ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ଦିଆଯାଇଥିଲା । ୩୧ ତାରିଖରେ ତାଙ୍କ ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ୨୯ବର୍ଷିୟ ଯୁବକଙ୍କର କରୋନା ଟେଷ୍ଟ କରାଯାଇଥିଲା । ତାଙ୍କର କରୋନା ଟେଷ୍ଟର ପଜିଟିଭ ରିପୋର୍ଟ ଆସିଥିଲା ।